ପେସାରେ ବ୍ୟବସାୟୀ, କିନ୍ତୁ ପ୍ରାଣୀ ଉଦ୍ଧାର ତାଙ୍କ ନିଶା। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୋଆର ଅତୁଲ ସରିନ। ସେ ବୁଲାଗୋରୁ, କୁକୁର, ବିଲେଇ ଏପରି କି ପକ୍ଷୀମାନଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଲେଣି। ଅତୁଲ ଉତ୍ତର ଗୋଆର ସିଓଲିମ୍ ଟାଉନ୍ରେ ସେ ରହନ୍ତି। ପ୍ରଥମେ ତାଙ୍କ ପରିବାର କେନିଆରେ ରହୁଥିଲେ ଏବଂ ପରେ ଇଂଲଣ୍ଡକୁ ଯାଇଥିଲେ। ସେଠାରେ ସେ ମଧ୍ୟ ପାରିବାରିକ ବ୍ୟବସାୟରେ ନିଜକୁ ସାମିଲ କରିଥିଲେ। କିନ୍ତୁ ୨୦୦୫ରେ ପରିବାର ସହ ସେ ଭାରତ ଫେରି ସିଓଲିମ୍ରେ ରହିଲେ। ସେଠାରେ ବୁଲା କୁକୁରଙ୍କୁ ପ୍ରତିଦିନ ଖାଇବାକୁ ଦେବା ସହ ଆହତ ପ୍ରାଣୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ୨୦୧୨ରେ ସେ ଓ୍ବେଲ୍ଫେୟାର ଫର୍ ଆନିମଲ ଇନ୍ ଗୋଆ(ଡବ୍ଲ୍ୟୁଏଜି) ଏନ୍ଜିଓ ପଞ୍ଜୀକରଣ କରିବା ପରେ ବୁଲା କୁକୁରଙ୍କ ସହ ଗୋରୁ, ବିଲେଇ ଓ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ସେ ୫,୦୦୦ ଗାଈଙ୍କୁ ନେଇ ଆଶ୍ରୟସ୍ଥଳରେ ରଖିଛନ୍ତି। ଡବ୍ଲ୍ୟୁଏଜି ଗୋରୁ, କୁକୁର, ଛେଳି, ଘୁଷୁରି, ବିଲେଇ ଓ ପକ୍ଷୀ ଆଦି ପ୍ରାୟ ୧୫,୦୦୦ ପଶୁପକ୍ଷୀଙ୍କୁ ଉଦ୍ଧାର ସହ ବିଭିନ୍ନ ସ୍ଥାନରେ ‘ଅତୁଲ ହାଉସ’ ନିର୍ମାଣ କରି ସେଥିରେ ରଖିଛନ୍ତି। ପ୍ରାଣୀମାନଙ୍କ ଚିକିତ୍ସା ପାଇର୍ଁ ଭେଟେରିନାରି ରେସ୍କ୍ୟୁ କ୍ଲିନିକ୍ ଖୋଲିିଛନ୍ତି।
ଆହ୍ବାନକାରୀ ଜେନ୍ ଜି ପ୍ରାର୍ଥୀ
ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…
ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା
କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…
ମଣିପୁର ପାଇଁ ସମୟ ନାହିଁ
କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…
ଏଇ ଭାରତରେ
ଗାର୍ବେଜ କ୍ଲିନିକ୍ ବା ବର୍ଜ୍ୟ କ୍ଲିନିକ୍ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…
ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା
‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…
ପରମାଣୁ ଶକ୍ତିର ମୋହ
ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…
ମାଷ୍ଟର ନାହାନ୍ତି
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍…
Archives

