ଛତିଶଗଡ଼କୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀରାମଙ୍କ ଆଈଙ୍କ ଘର। ଶ୍ରୀରାମଙ୍କ ଆଈଙ୍କ ଘରେ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ବଜରଙ୍ଗବାଲିଙ୍କୁ ଏହି ନୋଟିସ ରାୟଗଡ଼ ନଗର ନିଗମ ପକ୍ଷରୁ ପଠାଯାଇଛି। ୱାର୍ଡ ନମ୍ବର-୧୮ ଟିକରାପାରରେ ପ୍ରଭୁ ହନୁମାନଙ୍କ ମନ୍ଦିର ରହିଛି। ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି କରାଯାଇ ପୈଠ ପାଇଁ ୧୫ ଦିନର ଅନୁଗ୍ରହ ଅବଧି ଦିଆଯାଇଛି। ଅଫିସକୁ ହନୁମାନଜୀଙ୍କୁ ଡକାଯାଇଛି। ଯଦି ସେ ଅଫିସକୁ ନ ଆସନ୍ତି ତେବେ ସର୍ଚାର୍ଜ ଆଦାୟ ପାଇଁ ଏକ ଚେତାବନୀ ଦିଆଯାଇଛି। ପ୍ରଭୁ ହନୁମାନଙ୍କୁ ନୋଟିସ ଜାରି ହୋଇଥିବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାୟଗଡ଼ ମ୍ୟୁନିସିପାଲିଟି କର୍ପୋରେଶନ ବଜରଙ୍ଗବାଲିଙ୍କୁ ୪୦୦ଟଙ୍କାର ଜଳ କର ଶୀଘ୍ର ପୈଠ କରିବାକୁ କହିଛିି।
ମନ୍ଦିର ପ୍ରଶାସନ ପକ୍ଷରୁ କିଛି ବ୍ୟକ୍ତିଙ୍କ ନାମରେ ଏହି ନୋଟିସ ଜାରି କରାଯାଉଥିଲା, କିନ୍ତୁ ନିଗମର କର୍ମଚାରୀମାନେ ପ୍ରଭୁ ହନୁମାନଙ୍କୁ ସେମାନଙ୍କ ଗ୍ରାହକ ଭାବରେ ବିବେଚନା କରି ଏଭଳି କରିଛନ୍ତି। ଭୁଲ ଜଣାପଡ଼ିବା ପରେ କର୍ପୋରେଶନ ପ୍ରଶାସନ ନୋଟିସରେ ସଂଶୋଧନ କରିବାକୁ କହିଛି। କେବଳ ଏତିକି ନୁହେଁ, କିଛିଦିନ ତଳେ ରାୟଗଡ ଜିଲାର ଅତିରିକ୍ତ ତହସିଲଦାର ବିକ୍ରାନ୍ତ ସିଂ ଠାକୁର ଜମି ଜବରଦଖଲ ନେଇ ପ୍ରଭୁ ଶଙ୍କରଙ୍କ ସମେତ ୧୦ଜଣଙ୍କ ବିରୋଧରେ ନୋଟିସ ଜାରି କରିଥିଲେ। ଶୁଣାଣିରେ ହାଜର ନ ହେଲେ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଲାଗି ଚେତାବନୀ ଦିଆଯାଇଥିଲା। ଏନେଇ ବିବାଦ ସୃଷ୍ଟି ହେବା ପରେ ଜିଲା ପ୍ରଶାସନ ନିଜର ଭୁଲମାନି ଏହାକୁ ସୁଧାର କରିଥିଲା।
ଏଇ ଭାରତରେ
ଗାର୍ବେଜ କ୍ଲିନିକ୍ ବା ବର୍ଜ୍ୟ କ୍ଲିନିକ୍ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…
ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା
‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…
ପରମାଣୁ ଶକ୍ତିର ମୋହ
ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…
ମାଷ୍ଟର ନାହାନ୍ତି
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…
ଏଇ ଭାରତରେ
ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍…
ନୀରବତା ଏକ ମୃଗତୃଷ୍ଣା
ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍…
ସର୍ଜନଶୀଳ ଓଡ଼ିଶା
ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…
ଅନେକ ମେରୁ
ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…
Archives

