ଏଇ ଭାରତରେ

ଛତିଶଗଡ଼କୁ ମାତା କୌଶଲ୍ୟାଙ୍କ ସହର କୁହାଯାଏ। ଏହା ମଧ୍ୟ ଭଗବାନ ଶ୍ରୀରାମଙ୍କ ଆଈଙ୍କ ଘର। ଶ୍ରୀରାମଙ୍କ ଆଈଙ୍କ ଘରେ ରାମଙ୍କ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ ଏକ ନୋଟିସ ଜାରି କରାଯାଇଛି। ବଜରଙ୍ଗବାଲିଙ୍କୁ ଏହି ନୋଟିସ ରାୟଗଡ଼ ନଗର ନିଗମ ପକ୍ଷରୁ ପଠାଯାଇଛି। ୱାର୍ଡ ନମ୍ବର-୧୮ ଟିକରାପାରରେ ପ୍ରଭୁ ହନୁମାନଙ୍କ ମନ୍ଦିର ରହିଛି। ପ୍ରଶାସନ ପକ୍ଷରୁ ଜଳକର ନୋଟିସ ଜାରି କରାଯାଇ ପୈଠ ପାଇଁ ୧୫ ଦିନର ଅନୁଗ୍ରହ ଅବଧି ଦିଆଯାଇଛି। ଅଫିସକୁ ହନୁମାନଜୀଙ୍କୁ ଡକାଯାଇଛି। ଯଦି ସେ ଅଫିସକୁ ନ ଆସନ୍ତି ତେବେ ସର୍‌ଚାର୍ଜ ଆଦାୟ ପାଇଁ ଏକ ଚେତାବନୀ ଦିଆଯାଇଛି। ପ୍ରଭୁ ହନୁମାନଙ୍କୁ ନୋଟିସ ଜାରି ହୋଇଥିବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାୟଗଡ଼ ମ୍ୟୁନିସିପାଲିଟି କର୍ପୋରେଶନ ବଜରଙ୍ଗବାଲିଙ୍କୁ ୪୦୦ଟଙ୍କାର ଜଳ କର ଶୀଘ୍ର ପୈଠ କରିବାକୁ କହିଛିି।
ମନ୍ଦିର ପ୍ରଶାସନ ପକ୍ଷରୁ କିଛି ବ୍ୟକ୍ତିଙ୍କ ନାମରେ ଏହି ନୋଟିସ ଜାରି କରାଯାଉଥିଲା, କିନ୍ତୁ ନିଗମର କର୍ମଚାରୀମାନେ ପ୍ରଭୁ ହନୁମାନଙ୍କୁ ସେମାନଙ୍କ ଗ୍ରାହକ ଭାବରେ ବିବେଚନା କରି ଏଭଳି କରିଛନ୍ତି। ଭୁଲ ଜଣାପଡ଼ିବା ପରେ କର୍ପୋରେଶନ ପ୍ରଶାସନ ନୋଟିସରେ ସଂଶୋଧନ କରିବାକୁ କହିଛି। କେବଳ ଏତିକି ନୁହେଁ, କିଛିଦିନ ତଳେ ରାୟଗଡ ଜିଲାର ଅତିରିକ୍ତ ତହସିଲଦାର ବିକ୍ରାନ୍ତ ସିଂ ଠାକୁର ଜମି ଜବରଦଖଲ ନେଇ ପ୍ରଭୁ ଶଙ୍କରଙ୍କ ସମେତ ୧୦ଜଣଙ୍କ ବିରୋଧରେ ନୋଟିସ ଜାରି କରିଥିଲେ। ଶୁଣାଣିରେ ହାଜର ନ ହେଲେ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ ଲାଗି ଚେତାବନୀ ଦିଆଯାଇଥିଲା। ଏନେଇ ବିବାଦ ସୃଷ୍ଟି ହେବା ପରେ ଜିଲା ପ୍ରଶାସନ ନିଜର ଭୁଲମାନି ଏହାକୁ ସୁଧାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri