ଏଇ ଭାରତରେ

ସତିନ୍ଦର ବାଜଓ୍ବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସ୍କ୍ବାଶ ଟିମ୍‌ କୋଚ ପଦ ତ୍ୟାଗ କରି ଭାରତ ଫେରି ଶ୍ରମିକ, ରିକ୍ସାଚାଳକ, ଘରୋଇ କାର୍ଯ୍ୟ କରୁଥିବା ଲୋକମାନଙ୍କର ପିଲାଙ୍କୁ ନିୟମିତ ପାଠ୍ୟକ୍ରମ ସହ ସ୍କ୍ବାଶ ଓ ଯୋଗ ଶିକ୍ଷା ଦେଉଛନ୍ତି। ୨୦୦୯ରେ ଚଣ୍ଡିଗଡ଼ ସହର ନିକଟ ଅଟଓ୍ବା ଗାଁରେ ସେ ଜମି କିଣି ସପରିବାର ରହିବା ସହ ‘ଖେଳଶାଳା’ ଖୋଲି ପିଲାମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ପ୍ରଥମେ ୩୫ ଜଣ ଅସହାୟ ପିଲାଙ୍କୁ ନେଇ ସେ ଏହା ଆରମ୍ଭ କରିଥିଲେ। ପରେ ପିଲାସଂଖ୍ୟା ବଢ଼ିବା ଫଳରେ ୨୦୧୨ରେ ପଞ୍ଜାବର ମାଜରା ଗାଁରେ ଆଉ ଏକ କେନ୍ଦ୍ର ଖୋଲିଥିଲେ। ଏହି ଦୁଇ କେନ୍ଦ୍ରକୁ ୧୨୫ ପିଲା ଆସୁଛନ୍ତି। ସ୍କୁଲରେ ପଢା ଶେଷ ପରେ ସେମାନେ ୪ଟା ବେଳକୁ ଖେଳଶାଳାକୁ ଯାଉଛନ୍ତି। ଖେଳଶାଳାରେ ପହଞ୍ଚିବା ପରେ ସେମାନଙ୍କୁ ହୋମ୍‌ ଟାସ୍କ କରିବାରେ ଶିକ୍ଷକମାନେ ସାହାଯ୍ୟ କରୁଛନ୍ତି। ସେଠାରେ ସେମାନେ ଇଂଲିଶ ଖବରକାଗଜ ପଢୁଛନ୍ତି। ସାଧାରଣ ଜ୍ଞାନ, ଗଣିତ ଏବଂ ବିଜ୍ଞାନ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଉଛି। ଦିନକର ସବୁ ପାଠ ଶେଷ କରିବା ପରେ ସେମାନଙ୍କୁ ସ୍କା୍ବଶ ପ୍ରଶିକ୍ଷଣ ଦିଆଯାଉଛି। ସପ୍ତାହରେ ତିନି ଦିନ ଯୋଗ ଶିକ୍ଷା ଦିଆଯାଉଛି । ଦେଶ ବିଦେଶରୁ ପ୍ରାପ୍ତ ଅନୁଦାନରେ ଖେଳଶାଳା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri