ଏଇ ଭାରତରେ

ପ୍ରେରଣାଦାୟୀ କାର୍ଯ୍ୟ ଜଣଙ୍କୁ ପ୍ରତିଷ୍ଠିତ କରିଥାଏ, ଯାହା ଘଟିଛି ଦୀପମାଲା ପାଣ୍ଡେଙ୍କ ଜୀବନରେ।
ଉତ୍ତରପ୍ରଦେଶ ବରେଲିର ଦାଭୁରା ପ୍ରାଥମିକ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସ୍କୁଲରେ ଦିବ୍ୟାଙ୍ଗ ଶିଶୁଙ୍କ ନାମ ଲେଖାଇବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି। ଦୀପମାଲା ୮୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସ୍କୁଲକୁ ଆଣିବାରେ ସକ୍ଷମ ହୋଇଛନ୍ତି। ଏଭଳି କାର୍ଯ୍ୟରେ ତାଙ୍କୁ ୪୦୦ ଶିକ୍ଷକ ସହଯୋଗ କରିଛନ୍ତି। ଦୀପମାଲା ୨୦୦୯ରେ ପଢ଼ାଇବା ଆରମ୍ଭ କରିବା ପରେ ୨୦୧୫ରେ ଦାଭୁରା ପ୍ରାଥମିକ ସ୍କୁଲକୁ ବଦଳି ହୋଇଥିଲେ। ସେଠାରେ ରହିବା ପରେ ସେ ବରେଲିର ବିଭିନ୍ନ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ପିଲାମାନେ କିଭଳି ସ୍କୁଲକୁ ଆସିବେ ସେଥିପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରିଥିଲେ। ଏଥିରେ ବରେଲିର ଶିକ୍ଷକମାନଙ୍କୁ ଆଡ୍‌ କରିଥିଲେ। ପରେ ‘ଓ୍ବାନ୍‌ ଟିଚର ଓ୍ବାନ୍‌ କଲ୍‌’ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷକଙ୍କୁ କଲ୍‌ କରି ଦିବ୍ୟାଙ୍ଗ ପିଲାଙ୍କୁ ସ୍କୁଲ ଆଣିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରିବା ଆରମ୍ଭ କରିଦେଲେ। ଏବେ ଏଥିରେ ୪୦୦ ଶିକ୍ଷକ ଯୋଡ଼ି ହୋଇ ଦୀପମାଲାଙ୍କୁ ସହଯୋଗ କରୁଛନ୍ତି। ଏପରି କି ଲକ୍‌ଡାଉନ ସମୟରେ ଏହି ପଦ୍ଧତି ବେଶ୍‌ ଉପଯୋଗୀ ହେଲା ଦିବ୍ୟାଙ୍ଗ ପିଲାମାନଙ୍କୁ ଠାବ କରିବାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri