ଏଇ ଭାରତରେ

ଶିକ୍ଷା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଓ ଶିକ୍ଷା ବିନା ସଶକ୍ତ ନାଗରିକ ହେବା ଅସମ୍ଭବ; ଯାହା ହୃଦୟଙ୍ଗମ କରିଛନ୍ତି ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ। ପଞ୍ଜାବ ଭଟିଣ୍ଡା ନିକଟବର୍ତ୍ତୀ ନାନ୍‌ଥାନ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ସୁଖପାଲ। ସ୍କୁଲ୍‌ ଦାୟିତ୍ୱ ସମ୍ଭାଳିବା ସହ ସେ ରାସ୍ତା କଡ଼ରେ ରହୁଥିବା ପିଲାମାନଙ୍କ ପାଇଁ ଫୁଟ୍‌ପାଥ୍‌ ସ୍କୁଲ ଖୋଲିଛନ୍ତି। ରାସ୍ତାକଡ଼ରେ ରହି ଭିକ୍ଷା ମାଗୁଥିବା ଓ କେବେ ବି ସ୍କୁଲ ଦେଖି ନ ଥିବା ଏହି ପିଲାମାନଙ୍କୁ ସେ ଭଟିଣ୍ଡାର ଏକ ଛକରେ ପଢାଉଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ନେଇ ସେ ଏହି କ୍ଲାସ୍‌ ଜୁଲାଇ ୨୦୨୨ରେ ଆରମ୍ଭ କରିଛନ୍ତି। ନିଜ ସ୍କୁଲ ଦାୟିତ୍ୱ ଶେଷ ପରେ ତାଙ୍କ ସ୍ତ୍ରୀ ସିନ୍ଦରପାଲ କୌର ସିଦ୍ଧୁଙ୍କ ସହ ପ୍ରତିଦିନ ଅପରାହ୍ନରେ ପିଲାମାନଙ୍କୁ ପଢ଼ାଉଛନ୍ତି। ପ୍ରଥମେ ତାଙ୍କ ପାଖକୁ ୫ ଜଣ ପିଲା ଆସିଥିଲେ, ଏବେ ୨୨ ଜଣ ଆସୁଛନ୍ତି। କେବଳ ଏତିକି ନୁହେଁ ସୁଖପାଲ ତାଙ୍କ ସରକାରୀ ସ୍କୁଲରେ ପିଲାମାନଙ୍କ ପାଇଁ ଉଚ୍ଚମାନର ଘରୋଇ ବିଦ୍ୟାଳୟର ସୁବିଧା ଉପଲବ୍ଧ କରାଇପାରିଛନ୍ତି। ଏସ୍‌ସିଠାରୁ ଆରମ୍ଭ କରି ଅନ୍ୟ ସବୁ ସୁବିଧା ଲାଗି ସବୁ ଖର୍ଚ୍ଚ ନିଜେ କରିଛନ୍ତି। ଏଥିରେ ତାଙ୍କ ସାଥୀ ଶିକ୍ଷକମାନେ ସହଯୋଗ କରୁଛନ୍ତି।