ଏଇ ଭାରତରେ

୧୯୮୪ରେ ଆସାମର ଗୋପୀନାଥ ଶର୍ମା ଆରମ୍ଭ କରିଥିବା ଛୋଟ ନର୍ସରିଟି ଏବେ ସାରା ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଗୋପୀନାଥ ଗୁଆହାଟୀରୁ ୩୦ କି.ମି. ଦୂର ଧୁପଗୁରୀର ଏକ ସ୍କୁଲରେ ପ୍ରିନ୍ସିପାଲ ଥିବାବେଳେ ଗଛ ଲଗାଇବା ସହ ନର୍ସରି ଖୋଲି ଲୋକମାନଙ୍କୁ ଗଛ ଦେଉଥିଲେ। ୩୮ ବର୍ଷ ପୂର୍ବେ ଗୋପୀନାଥ ଆରମ୍ଭ କରିଥିବା ନର୍ସରି ଏବେ ପ୍ରସିଦ୍ଧ ଡାଫୋଡିଲ ନର୍ସରି ଭାବେ ପରିଚିତ। ଗୋପୀନାଥଙ୍କ ପୁଅ ଧ୍ରୁବଜ୍ୟୋତି ଗୁଆହାଟୀ ଡିମୋରିଆ କଲେଜରେ ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ରହି ଉକ୍ତ ନର୍ସରିର ଦାୟିତ୍ୱ ମଧ୍ୟ ବୁଝୁଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ରେଖା ସହଯୋଗ କରୁଛନ୍ତି। ଏହି ନର୍ସରି ଉତ୍ତରପୂର୍ବାଞ୍ଚଳରେ ସବୁଠୁ ବଡ଼। ଏଥିରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ରହିଛି। ବେକଳ ଏତିକି ନୁହେଁ ଧ୍ରୁବଜ୍ୟୋତି ମଧ୍ୟ ଡାଫୋଡିଲ କଲେଜ ଅଫ୍‌ ନର୍ସରି ଖୋଲିଛନ୍ତି। ଏହା ସହ ଭାରତ ସରକାରଙ୍କ କିଛି ପ୍ରୋଜେକ୍ଟ ଯୋଡ଼ି ହୋଇଛି। ଉକ୍ତ ନର୍ସରିରେ ୭୦୦ରୁ ଅଧିକ ମଦର ପ୍ଲାଣ୍ଟ ରହିଛି। ଏହା ବ୍ୟତୀତ ୪୦୦୦ରୁ ଊର୍ଦ୍ଧ୍ୱ କିସମର ଫୁଲ, ଫଳ, ଔଷଧୀୟ ଏବଂ ଶୋଭାବର୍ଦ୍ଧକ ଗଛ ଶୋଭା ପାଉଛି। ନର୍ସରିରେ ୩୦୦ ଲୋକଙ୍କୁ ନିଯୁକ୍ତ କରାଯାଇଛି। ଧ୍ରୁବଜ୍ୟୋତି ତାଙ୍କ ଘରେ ହର୍ଟିକଲ୍‌ଚର ସମ୍ପର୍କିତ ୫ରୁ ୭ ହଜାର ବହି ରଖିଛନ୍ତି। ଏହି ନର୍ସରି ଏବେ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିଦିନ ଏଠାକୁ ୨୦୦ରୁ ୩୦୦ ଲୋକ ବୁଲିବାକୁ ଆସୁଛନ୍ତି। ଧ୍ରୁବଜ୍ୟୋତି ୬୦୦ ଲୋକଙ୍କୁ ନର୍ସରି ଖୋଲିବା ଲାଗି ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri