ଏଇ ଭାରତରେ

ଦିଲ୍ଲୀ ସହରରେ ଏମିତି ଏକ ଘର ଯେଉଁଠି ବିଦ୍ୟୁତ୍‌ ବିଲ୍‌ ଶୂନ। ଏହା ସମ୍ଭବ ହୋଇଛି ଆଇଟି କମ୍ପାନୀରେ କାମ କରୁଥିବା ଅମିତ୍‌ ମେହେଟାଙ୍କ ଦ୍ୱାରା। ଅମିତ୍‌ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରକୁ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚଳାଉଛନ୍ତି । ସେ ଛାତ ଉପରେ ସୋଲାର୍‌ ପ୍ୟାନେଲ ଲଗାଇଛନ୍ତି ଓ ତା’ ତଳେ ପନିପରିବା ଚାଷ ମଧ୍ୟ କରୁଛନ୍ତି। ଫଳରେ ଅଧିକ ଖରାରେ ଫସଲ ନଷ୍ଟ ହେଉନାହିଁ ଏବଂ ସବୁ ଋତୁରେ ପରିବା ଚାଷ ସମ୍ଭବ ହେଉଛି। ୨୦୨୧ରୁ ଅମିତ୍‌ ସୌର ବିଦ୍ୟୁତ୍‌ ଉତ୍ପାଦନ ସହ ପରିବା ଚାଷ କରୁଛନ୍ତି। ପ୍ରଥମେ ସେ ଏଥିରେ ୨ ଲକ୍ଷ ୨୫ ହଜାର ଟଙ୍କା ନିବେଶ କରିଥିଲେ ଓ ବର୍ଷେ ମଧ୍ୟରେ ୧ ଲକ୍ଷ ୨୫ ହଜାର ଟଙ୍କା ଫେରି ପାଇଛନ୍ତି। ପ୍ରତି ମାସରେ ତାଙ୍କ ଘରର ବିଦ୍ୟୁତ୍‌ ବିଲ୍‌ ୫ରୁ ୭ ହଜାର ଆସୁଥିଲା ଓ ସୌରଶକ୍ତି ଉପଯୋଗ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ଶୂନ ହୋଇଯାଇଛି। ଏବେ ସୋଲାର ପ୍ୟାନେଲ ଲଗାଇବା ଲାଗି ସେ ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ଓ ସରକାରୀ ଯୋଜନାରେ ଏହା କିଭଳି କରାଯାଇପାରିବ ସେଥିରେ ଲୋକମାନଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri