ଏଇ ଭାରତରେ

ଝାଡ଼ଖଣ୍ଡ ଦେଓଘରର ରାମ ପାଣ୍ଡେ ଅନେକ ଅସହାୟ ଝିଅଙ୍କ ପିତା ପାଲଟି ଯାଇଛନ୍ତି। ୨୦୦୪ରୁ ସେ ଏହି ଦାୟିତ୍ୱ ବହନ କରିଆସୁଛନ୍ତି। ରାମଙ୍କ ବୟସ ୬୧। ସେ ଏବେ ଦେଓଘରର ପ୍ରସିଦ୍ଧ ଶିବମନ୍ଦିରକୁ ଯାଉଥିବା କାଉଡ଼ିଆମାନଙ୍କୁ ପିଇବା ପାଣି ଦେବା ଲାଗି ଏକ ଷ୍ଟଲ୍‌ ଖୋଲିଛନ୍ତି। ଏଠାରୁ ପାଣି ପିଇବା ପରେ ବହୁ କାଉଡ଼ିଆ ତାଙ୍କୁ କିଛି ଅର୍ଥ ବି ଦେଉଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଅର୍ଥକୁ ରାମ ତାଙ୍କ ନାରାୟଣ ସେବାଶ୍ରମରେ ରହୁଥିବା ୩୫ ଜଣ ଅସହାୟ ଝିଅଙ୍କ ଲାଗି ଖର୍ଚ୍ଚ କରୁଛନ୍ତି। କେବଳ ଶ୍ରାବଣ ମାନସ ନୁହେଁ, ବର୍ଷ ସାରା ସେ ଯାହା ଆୟ କରନ୍ତି ସେସବୁ ତାଙ୍କ ଆଶ୍ରମ ପିଲାମାନଙ୍କ ପିଛା ଖର୍ଚ୍ଚ କରୁଛନ୍ତି। ବହୁ ବ୍ୟକ୍ତି ଏହି କାର୍ଯ୍ୟ ଲାଗି ତାଙ୍କୁ ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି। ଝିଅମାନଙ୍କୁ ପଢ଼ାଇବାଠାରୁ ଆରମ୍ଭ କରି ସେମାନଙ୍କ ବିବାହ ବି କରାଉଛନ୍ତି। ୨୦୦୪ରେ ରାମ ଏକ ପରିତ୍ୟକ୍ତ ଝୁମ୍ପୁଡ଼ିରୁ ନବଜାତ କନ୍ୟାଟିଏ ପାଇବା ପରେ ତାକୁ ଚିକିତ୍ସା କରି ସୁସ୍ଥ କରିଥିଲେ । ଏହି ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିତ୍ଲା। ପରେ ରାସ୍ତାରେ ବୁଲୁଥିବା ବେସାହାରା ଝିଅମାନଙ୍କ ସମ୍ପର୍କରେ ଖବର ପାଇ ସେଠାକାର ପ୍ରଶାସନ ସହାୟତାରେ ନିଜ ପାଖକୁ ଆଣି ରଖିବାରେ ଲାଗିଲେ। ପ୍ରଥମେ ସେମାନଙ୍କୁ ନିଜ ଘରେ ରଖୁଥିଲେ। ପରେ ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ନିଜ ଜମି ବିକ୍ରି କରି ସେମାନଙ୍କ ପାଇଁ ଘର ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri