ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଏକ ଗ୍ରୀନ୍‌ ବା ସବୁଜ ବିବାହ ସାମ୍ନାକୁ ଆସିଛି ଦିଲ୍ଲୀରେ। ମାଧୁରୀ ବାଲୋଦି ଏବଂ ଆଦିତ୍ୟ ଅଗ୍ରଓ୍ବାଲ ଏହି ଗ୍ରୀନ୍‌ ବିବାହ କରିଛନ୍ତି। ଏଥିରେ ବର ଇ-ବାଇକ୍‌ରେ ଯିବାବେଳେ ୩୦ରୁ ୩୫ ଜଣ ବରଯାତ୍ରୀ ସାଇକେଲରେ କନ୍ୟା ଘରେ ପହଞ୍ଚତ୍ଛନ୍ତି। ସାଇକେଲ ଓ ଇ-ବାଇକ୍‌ ସେମାନେ ଭଡ଼ାରେ ଆଣିଥିଲେ। ମାଧୁରୀ ବିଭିନ୍ନ ସ୍ଥାନକୁ କେବଳ ସାଇକେଲରେ ଯାଇଥା’ନ୍ତି। ଏଣୁ ସେ ଏଭଳି ଏକ ସବୁଜ ବିବାହ ପାଇଁ ଆଦିତ୍ୟଙ୍କ ସହ ଯୋଜନା କରିଥିଲେ ଓ ଏଥିରେ ଆଦିତ୍ୟ ମଧ୍ୟ ସମ୍ମତି ପ୍ରଦାନ କରିଥିଲେ। ମାଧୁରୀଙ୍କ ପରିବାର ପରିବେଶ ଉପଯୋଗୀ ଜୀବନଶୈଳୀ ଆପଣାଇଥାଆନ୍ତି। ସେମାନେ ଏବେ ସୁଦ୍ଧା ପ୍ଲାଷ୍ଟିକ ବୋତଲ ବ୍ୟବହାର କରୁନାହାନ୍ତି। ଉକ୍ତ ବିବାହରେ ଡେକୋରେଶନ ଓ କ୍ୟାଟରିଂ ବି ଥିଲା ପରିବେଶ ଉପଯୋଗୀ। ଏଭଳି କି ସେମାନଙ୍କ ପଣ୍ଡିତ ସାଙ୍ଗ ବିବାହ ସମ୍ପନ୍ନ କରିଥିଲେ। ସେମାନେ ସାଧାରଣ ପରିବହନ, ସାଇକେଲ କିମ୍ବା ଇ-ଯାନ ଯୋଗେ ସେମାନଙ୍କ ଘରକୁ ଆସିବା ଲାଗି ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ। ଫୁଲ ବଦଳରେ ଗଛ ଆଣିବା ଏବଂ ଉପହାରକୁ ଖବରକାଗଜରେ ଗୁଡ଼ାଇ ଆଣିବା ଲାଗି ଅନୁରୋଧ କରିଥିଲେ। ବିବାହ ଭୋଜିରେ ଅପ୍‌ସାଇକିଲିଂ ଯୋଗ୍ୟ କଟଲେରି ବ୍ୟବହାର କରାଯାଇଥିଲା। ଏଭଳି ବିବାହ କରି ଏହି ଦମ୍ପତି ଆଗକୁ ପରିବେଶ ଉପଯୋଗୀ ଜୀବନଶୈଳୀ ଆପଣାଇବା ଲାଗି ସଙ୍କଳ୍ପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri