ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ। ସେ ପ୍ଲାଷ୍ଟିକ ବର୍ଜ୍ୟରୁ ସୌଖୀନ ବ୍ୟାଗ୍‌, ଲାପ୍‌ଟପ ଖୋଳ, ଓ୍ବାଲେଟ୍‌ ବ୍ୟାଗ୍‌ ଏବଂ ଟେବୁଲ ମ୍ୟାଟ୍‌ ପ୍ରସ୍ତୁତ କରୁଛନ୍ତି। ସେ ଏବେ ସୁଦ୍ଧା ୧୨,୦୦୦ କେଜି ବା ୧୨ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଅପ୍‌ସାଇକିଲିଂ କରିସାରିଲେଣି। ଏହି କାର୍ଯ୍ୟ କନିକା ୨୦୧୭ରେ ସୋସିଆଲ ଏଣ୍ଟରପ୍ରାଇସ୍‌ ‘ଲତିଫା’ ଗଠନ କରିଛନ୍ତି। ସେ ଇଞ୍ଜିନିୟରିଂ ପରେ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ପିତାଙ୍କର ଏକ ଏନ୍‌ଜିଓ ରହିଛି ଓ ପ୍ରଥମେ ସେଥିରେ କାର୍ଯ୍ୟ କରିବା ପରେ ‘ଲତିଫା’ ଗଠନ କରିଥିଲେ। ଏବେ ଲତିଫା ମାଧ୍ୟମରେ ତିଆରି କରୁଥିବା ସୌଖୀନ ଜିନିଷଗୁଡ଼ିକୁ ବିକ୍ରିକରି ଗତ ଆର୍ଥିକ ବର୍ଷରେ ୧ କୋଟିରୁ ଊଦ୍ଧ୍ୱର୍ର୍ ଟଙ୍କା ରୋଜଗାର କରିପାରିଛନ୍ତି। ଏହି କାର୍ଯ୍ୟରେ ୨୦୦ ଓ୍ବେଷ୍ଟ ଓ୍ବାର୍କର ଏବଂ ୩୦୦ ଚିତ୍ରକରଙ୍କୁ ନିଯୁକ୍ତି ଦେଇଛନ୍ତି। ଉପତ୍ାଦଗୁଡ଼ିକ ଉପରେ ପାରମ୍ପରିକ ହସ୍ତକଳାର ଛାପ ଦେବା ଲାଗି କନିକା ଆଫଗାନୀ ଶରଣାର୍ଥୀ ମହିଳାଙ୍କ ଏକ ଗ୍ରୁପକୁ ମଧ୍ୟ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri