ଏଇ ଭାରତରେ

ଏଥର ବ୍ୟବହାର କରିବେ ମାଟି ଫ୍ରିଜ୍‌। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତିକା ଫ୍ରିଜ୍‌ ନିର୍ମାଣ କରିଛନ୍ତି ତାମିଲନାଡୁର ଏମ୍‌.ଶିବସ୍ବାମୀ। ବିନା ବିଦ୍ୟୁତ୍‌ରେ ଏହି ଫ୍ରିଜ୍‌ରେ ପରିବା, କ୍ଷୀର, ଦହି ଆଦି ୪ ଦିନ ଯାଏ ଫ୍ରେସ୍‌ ରହିପାରୁଛି। ଫ୍ରିଜ୍‌ଟି ଦୁଇଟି ସିଲିଣ୍ଡ୍ରିକାଲ ମାଟିପାତ୍ରରେ ତିଆରି। ବଡ଼ ସିଲିଣ୍ଡ୍ରିକାଲ ପାତ୍ର ମଧ୍ୟରେ ଛୋଟ ମାଟି ପାତ୍ର ରହୁଛି। ବଡ଼ ପାତ୍ରରେ ୧୫ ଲିଟର ପାଣି ରହୁଛି ଓ ତା’ ମଧ୍ୟରେ ଥିବା ଛୋଟ ପାତ୍ରରେ ଜିନିଷ ରଖାଯାଉଛି ଏବଂ ୪ ଦିନ ଯାଏ ଫ୍ରେସ୍‌ ରହୁଛି ବୋଲି କହନ୍ତି ୭୦ ବର୍ଷୀୟ ଶିବସ୍ବାମୀ। ବଡ଼ ପାତ୍ରରେ ପାଣି ଭର୍ତ୍ତି କରିବା ଓ ନିଷ୍କାସନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ତାଙ୍କ ବାପାଙ୍କ ସମୟରୁ ଶିବସ୍ବାମୀ ଏହି ମାଟିପାତ୍ର ତିଆରି କରି ବିକ୍ରି କରୁଛନ୍ତି। ସେ ଦୁଇ ପ୍ରକାର ଫ୍ରିଜ୍‌ ନିର୍ମାଣ କରିଛନ୍ତି। ଗୋଟିକର ଉଚ୍ଚତା ୧.୫ ଫୁଟ୍‌ ଓ ଅନ୍ୟଟି ୨ ଫୁଟ୍‌ ଓ ସେହି କ୍ରମରେ ମୂଲ୍ୟ ୧୭୦୦ ଓ ୧୮୦୦ ଟଙ୍କା ରଖାଯାଇଛି। ଏବେ ସୁଦ୍ଧା ସେ ୧୦୦ରୁ ଊର୍ଦ୍ଧ୍ୱ ଫ୍ରିଜ ବିକ୍ରି କରିସାରିଲେଣି। ଏହା ବ୍ୟତୀତ ଶିବସ୍ବାମୀ ମାଟିର ୧୫୦ ପ୍ରକାର ଉପତ୍ାଦ ବିକ୍ରି କରୁଛନ୍ତି।