ଏଇ ଭାରତରେ

‘ଗଛର ସୁରକ୍ଷା ହିଁ ପରିବେଶ ସୁରକ୍ଷା’ ଏହା ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ବି.ଏଲ୍‌. ବେଙ୍ଗାନି। ଚେନ୍ନାଇ ନିବାସୀ ବେଙ୍ଗାନି ଧାନ କୁଣ୍ଡାରୁ ବିକଳ୍ପ ଉଡ୍‌ ବୋର୍ଡ ବା କାଠ ବୋର୍ଡ ପ୍ରସ୍ତୁତ କରୁଛନ୍ତି। ଏବେ ସୁଦ୍ଧା ସେ ଯେତିକି ଉଡ୍‌ ବୋର୍ଡ ତିଆରି କରିଛନ୍ତି ସେଥିରେ ୨୦,୦୦୦ ଗଛକୁ କାଟିବାରୁ ରକ୍ଷା କରାଯାଇପାରିଛି ବୋଲି କହନ୍ତି ବେଙ୍ଗାନି। ଏହାକୁ ପ୍ଲାଏଉଡ୍‌ ବଦଳରେ ମଧ୍ୟ ବ୍ୟବହାର କରାଯାଉଛି। ଏହି ଉଡ୍‌ବୋର୍ଡ ନାଁ ରଖାଯାଇଛି ଇଣ୍ଡୋଉଡ୍‌ ଏନ୍‌ଏଫ୍‌ସି ଏବଂ ଏହାକୁ ତିଆରି କରିବା ଲାଗି ତାଙ୍କୁ ୨ ବର୍ଷ ଲାଗିଯାଇଛି। ଏଥିପାଇଁ ସେ ବହୁ ଅର୍ଥ ମଧ୍ୟ ନିଜ ହାତରୁ ଖର୍ଚ୍ଚ କରିଛନ୍ତି। ଉକ୍ତ ଉଡ୍‌ବୋର୍ଡକୁ ଉଇ ଖାଇପାରିବ ନାହିଁ କି ଏହା ପାଣିରେ ସହଜରେ ନଷ୍ଟ ହେବ ନାହିଁ। ଏହା ମଧ୍ୟ ୧୦୦% ପୁନଃ ବ୍ୟବହାରଯୋଗ୍ୟ। ବେଙ୍ଗାନି ପ୍ରଥମେ ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିବା ସମୟରେ ବିନା ଗଛ କାଠରେ କିଭଳି ପ୍ଲାଏ ତିଆରି କରାଯାଇପାରିବ ତାହାର ଏକ ନକ୍ସା ପ୍ରସ୍ତୁତ କରିଥିଲେ। ୨୦୧୭ରେ ଚେନ୍ନାଇ ନିକଟବର୍ତ୍ତୀ ଗୁମିଡ଼ିପୋଣ୍ଡିରେ ଏକ କମ୍ପାନୀ ପ୍ରତିଷ୍ଠା କରି ବହୁ ଗବେଷଣା ପରେ ୨୦୧୯ରେ ଉପତ୍ାଦନ ଆରମ୍ଭ କରିଥିଲେ। ବେଙ୍ଗାନି ଉଡ୍‌ବୋର୍ଡ ପାଇଁ ଆବଶ୍ୟକ ଧାନ ଚୋପା ବା କୁଣ୍ଡା କୃଷକ ଓ ରାଇସ୍‌ ମିଲ୍‌ରୁ ସଂଗ୍ରହ କରୁଛନ୍ତି। ଉପତ୍ାଦକୁ ସେ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଓମାନକୁ ମଧ୍ୟ ପଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri