ଏଇ ଭାରତରେ

ହାଇଦ୍ରାବାଦର ଦୁଇ ସାଙ୍ଗ ମଣି ବାଜପେୟୀ ଓ ରାଜ ମଣ୍ଡନଗୋପାଳଙ୍କ ପରିବେଶ ସୁରକ୍ଷା ଚିନ୍ତା ଖୁବ୍‌ ପ୍ରଶଂସନୀୟ। ସେମାନେ ବ୍ୟାନିୟନ ନେଶନ ରିସାଇକ୍ଲିଂ କମ୍ପାନୀ ଗଠନ କରି ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ୩୦୦ ମିଲିୟନ ଏଫ୍‌ଏମ୍‌ସିଜି (ଫାଷ୍ଟ୍‌ ମୁଭିଂ କଞ୍ଜ୍ୟୁମର ଗୁଡ୍ସ) ବୋତଲ ପ୍ରସ୍ତୁତ କରିସାରିଲେଣି। ଏହି ସବୁ ବୋତଲକୁ ସେମାନେ ଭାରତର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକୁ ଯୋଗାଉଛନ୍ତି ଓ ଏହାକୁ ସାମ୍ପୋ, ଡିଟର୍‌ଜେଣ୍ଟ ଏବଂ ଲୋଶନ ବଟଲ୍‌ ଭାବେ ବ୍ୟବହାର କରାଯାଉଛି। ବ୍ୟାନିୟନ କମ୍ପାନୀ ଦ୍ୱାରା ମାସକୁ ୧ ହଜାରରୁ ୧୨୦୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ପ୍ରୋସେସିଂ କରାଯାଉଛି। ବାଜପେୟୀ କଲମ୍ବିଆ ବିଜ୍‌ନେସ ସ୍କୁଲ୍‌ରୁ ଏମ୍‌ବିଏରେ ଡିଗ୍ରୀ ହାସଲ କରିଛନ୍ତି। ପରେ ସେ ତାଙ୍କ ସହପାଠୀ ରାଜଙ୍କ ସହ ମିଶି ୨୦୧୩ରେ ବ୍ୟାନିୟନ ନେଶନ୍‌ ପ୍ରତିଷ୍ଠା କରି ପ୍ଲାଷ୍ଟିକ ବର୍ଜ୍ୟ ରିସାଇକ୍ଲିଂ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବହୁ ମଲ୍‌ଟିନ୍ୟାଶନାଲ କମ୍ପାନୀ ମ୍ୟାନେଜର, ସିଟି ମ୍ୟୁନିସିପାଲିଟି କମିଶନର ଏବଂ ପ୍ରାଇଭେଟ ଓ୍ବେଷ୍ଟ୍‌ ମ୍ୟାନେଜ୍‌ମେଣ୍ଟ କଣ୍ଟ୍ରାକ୍ଟରଙ୍କଠାରୁ ଆରମ୍ଭ କରି ବର୍ଜ୍ୟ ସଂଗ୍ରହକାରୀ ଓ କବାଡିଓ୍ବାଲାଙ୍କ ସହ ଯୋଗାଯୋଗ କରି ଆଗକୁ ବଢ଼ିଥିଲେ। ଏବେ ବର୍ଷକୁ ୩୦୦ ମିଲିୟନ ବୋତଲ ତିଆରି କରୁଥିବାବେଳେ ୨୦୨୩ ସୁଦ୍ଧା ସେମାନେ ୧ ବିଲିୟନ ରିସାଇକେଲ୍‌ଡ ପ୍ଲାଷ୍ଟିକ୍‌ ବୋତଲ ପ୍ରସ୍ତୁତ କରିପାରିବେ ବୋଲି କହନ୍ତି ବାଜପେୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri