ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି ପାଉଛି ଓ ସେହି ଅନୁପାତରେ ସୌର ପ୍ୟାନେଲ ବର୍ଜ୍ୟ ବଢ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା ଭାରତରେ ଏହି ବର୍ଜ୍ୟ ୨ ଲକ୍ଷ ଟନ୍‌ ହେବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ରିସାଇକ୍ଲିଂ କରିବାକୁ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥା (ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ)ର ବୈଜ୍ଞାନିକମାନେ ଏକ ବିକଳ୍ପ ଖୋଜି ପାଇଛନ୍ତି। ସୋଲାର ପ୍ୟାନେଲ ବର୍ଜ୍ୟର ଗମ୍ଭୀର ପ୍ରଭାବରୁ ପରିବେଶକୁ ରକ୍ଷା ଲାଗି ବୈଜ୍ଞାନିକମାନେ ସେଥିରେ ଘର ଓ ଫର୍ନିଚର ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଡ. ମଣ୍ଟୋ ମଣିଙ୍କ ନେତୃତ୍ୱରେ ବୈଜ୍ଞାନିକ ଟିମ୍‌ ୨୦୧୮ରେ ପ୍ରୋଜେକ୍ଟ ଆରମ୍ଭ କରି ସୋଲାର ପ୍ୟାନେଲ ବର୍ଜ୍ୟର କ୍ଷତି ଆକଳନ କରିବା ପରେ ତାହାକୁ ଦୂର କରିବାର ଉପାୟ ପାଇଥିଲେ। ପରେ ସେମାନେ ନିଷ୍କ୍ରିୟ ସୋଲାର ପ୍ୟାନେଲ ବ୍ୟବହାର କରି ଶସ୍ତାରେ ଘର ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ୨୫ ବର୍ଷ ପରେ ଏହି ସୋଲାର ପ୍ୟାନେଲ ଅଦରକାରୀ ହୋଇଯାଏ। ଏଣୁ ଏହି ପ୍ୟାନେଲକୁ ସଂଗ୍ରହ କରି ଡ. ମଣି ଓ ତାଙ୍କ ଟିମ୍‌ ଘର, ଟେବୁଲ ଆଦି ନିର୍ମାଣ କରିପାରିଛନ୍ତି। ୨୦୩୦ ପରେ ସୋଲାର ପ୍ୟାନେଲ ବର୍ଜ୍ୟ ଆହୁରି ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୭୮ ମିଲିୟନ ଟନ୍‌ ଛୁଇଁବ। ଏଣୁ ଏବେଠାରୁ ଏହାର ରିସାଇକ୍ଲିଂ କରି ଘର ଓ ଅନ୍ୟାନ୍ୟ ଉପକରଣ ତିଆରି କରିବା ଲାଗି ସ୍ବତନ୍ତ୍ର ଟେକ୍‌ନିକ୍‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ମଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri