ଏଇ ଭାରତରେ

ଛତୁରୁ ପ୍ରସ୍ତୁତ ବିସ୍କୁଟ, ଆଚାର ଆଦି ଖାଇଛନ୍ତି କି? ଏଭଳି ଆଇଟମ୍‌ ପ୍ରସ୍ତୁତ କରୁଛନ୍ତି ତେହରି ଗଡ୍‌ଓ୍ବାଲର କୁଲଦୀପ ବିଷ୍ଟ ଏବଂ ତାଙ୍କ ସାଥୀ ପ୍ରମୋଦ ଜୁୟାଲ। ଭୌମକୋଟି ଗାଁର ଏହି ଦୁଇଜଣ ଯୁବକ ଚାକିରି ଛାଡ଼ି ଛତୁଚାଷ କରୁଛନ୍ତି ଓ ସେଥିରୁ ଆଚାର,ବିସ୍କୁଟ, ଜାମ୍‌ ଆଦି ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୁଲଦୀପ ଗାଜିଆବାଦରେ ଏମ୍‌ବିଏ ଡିଗ୍ରୀ ହାସଲ କରି ବ୍ୟାଙ୍କ ଚାକିରି କରିଥିଲେ। ତାଙ୍କ ସାଙ୍ଗ ପ୍ରମୋଦ ମଧ୍ୟ ଚାକିରି କରିଥିଲେ। ତେବେ କୁଲଦୀପ ଛତୁଚାଷ କରିବା ଲାଗି ପ୍ରମୋଦଙ୍କୁ କହିଲା ପରେ ସେମାନେ ୪୦ ହଜାର ଟଙ୍କାରେ ୨୦୧୭ରେ ଏକ ଭଡ଼ା ଘରେ ଚାଷ ଆରମ୍ଭ କରିଥିଲେ । ଦିନରେ ଚାକିରି ଓ ରାତିରେ ଛତୁଚାଷର ଯତ୍ନ ନେବା ଥିଲା ସେମାନଙ୍କ କାମ। ପରେ ଉପତ୍ାଦନ ବଢ଼ିବାରୁ ପ୍ରଶିକ୍ଷଣ ନେଇ ସେମାନେ ଡେରାଡୁନ ଏବଂ ତେହରିରେ ଚାଷ ଆରମ୍ଭ କରିଦେଲେ। ତଟକା ଛତୁ ବିକ୍ରି କରିବା ପରେ ଯାହା ବଳେ ସେଥିରୁ ସେମାନେ କିଛି ଖାଦ୍ୟଦ୍ରବ୍ୟ ତିଆରି କରିବାରେ ଲାଗିଲେ। ଏବେ ଛତୁ ଆଚାର,ବିସ୍କୁଟ, ଜାମ୍‌ ଆଦି ପ୍ରସ୍ତୁତ କରିବା ପରେ ଚ୍ୟବନପ୍ରାସ୍‌ ପାଇଁ ଯୋଜନା କରୁଛନ୍ତି। ଏହି ସବୁ ଉପତ୍ାଦ ‘ଫଙ୍ଗୋ’ ବ୍ରାଣ୍ଡ୍‌ରେ ବିକ୍ରି କରାଯାଉଛି। କୁଲଦୀପ ମାର୍କେଟିଂ ସମ୍ଭାଳୁଥିବା ବେଳେ ପ୍ରମୋଦ ଅର୍ଡର ରଖୁଛନ୍ତି। ଦୁଇ ବନ୍ଧୁ ଗତବର୍ଷ ଛତୁଚାଷରୁ ୪୦ ଲକ୍ଷ ଟଙ୍କା ଲାଭ କରିଥିଲେ। କୁଲଦୀପ ୨,୫୦୦ ଲୋକଙ୍କୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ତାଙ୍କ ଗାଁର ୪୦ଜଣ ଛତୁ ଉପତ୍ାଦନ ସହ ଯୋଡ଼ି ହୋଇଛନ୍ତି। ଭୌମକୋଟିକୁ ମସରୁମ୍‌ ଗାଁ କରିବା ଲାଗି ସ୍ପପ୍ନ ଦେଖିଛନ୍ତି କୁଲଦୀପ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri