ଏଇ ଭାରତରେ

ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ସ୍ବାଧୀନତାର ୭୫ ବର୍ଷ ପରେ ଏହି ଅଞ୍ଚଳରେ ରାସ୍ତା ନିର୍ମାଣରେ ଗଁାର ଛୋଟପିଲାମାନେ ଏତେ ଖୁସି ଯେ, ସେମାନେ ନିର୍ମାଣ ହେଉଥିବା ରାସ୍ତାରେ ଠିଆ ହୋଇ ଗୀତ ଗାଇ ନାଚୁଥିବା ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ଟୁଇଟର ଆକାଉଣ୍ଟରେ ପିଲାମାନଙ୍କର ଏହି ଭିଡିଓ ଶେୟାର କରିଛନ୍ତି।
ବହୁ ଛୋଟ ପିଲା ‘ରୋଡ ବନା ରେ … ରୋଡ ବନା ରେ … ଗୀତ ଗାଇ ନାଚୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ସଡ଼କ ନିର୍ମାଣରେ ନିୟୋଜିତ କେହି ଜଣେ ବ୍ୟକ୍ତି ପିଲାମାନଙ୍କର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ପିଲାମାନଙ୍କ ପାଇଁ ଗାଁରେ ରାସ୍ତା ନିର୍ମାଣ ଏକ ପର୍ବଠାରୁ କମ୍‌ ନୁହେଁ। କାରିଗୁଣ୍ଡାମ ଗ୍ରାମରେ ଏକ ନୂତନ ରାସ୍ତା ନିର୍ମାଣ ଆରମ୍ଭ ହେବା ସହିତ ପିଲାମାନଙ୍କର ସ୍ବପ୍ନର ଯାତ୍ରା ଆରମ୍ଭ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଏଠାରେ ୧୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି।