ଏଇ ଭାରତରେ

ନୂତନତ୍ୱ ବହୁ ସମୟରେ ଅନେକଙ୍କୁ ଭିନ୍ନ ପରିଚୟ ଦେଇଥାଏ, ଯାହା ଘଟିଛି ପଶ୍ଚିମବଙ୍ଗର ଦୀପ୍ତେନ୍ଦୁ ରୟଙ୍କ ଜୀବନରେ। ଦୀପ୍ତେନ୍ଦୁ ଯାତ୍ରୀଙ୍କ ସୁବିଧା ଲାଗି ରାଜପଥ କଡ଼ରେ ପୁରୁଣା ବସ୍‌ରେ ବିଶ୍ରାମ ଗୃହ ନିର୍ମାଣ କରିଛନ୍ତି। ବିଶେଷକରି ମହିଳା ଯାତ୍ରୀମାନଙ୍କ ପାଇଁ ଏହା କରାଯାଇଛି। ଦୀପ୍ତେନ୍ଦୁ ସାମ୍ବାଦିକତା ଛାଡ଼ି ୨୦୧୮ରେ ‘ୟେଲୋ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି କାର୍ଯ୍ୟ କରୁଛନ୍ତି। ଭୋଲପୁର ମହିଳା ମହାସଂଘ ଏବଂ ‘ୟେଲୋ’ ସହଯୋଗରେ ଏଭଳି ବିଶ୍ରାମଗୃହ ନିର୍ମାଣ କରାଯାଇଛି। ମହିଳାମାନେ ରାଜପଥରେ ଦୀର୍ଘଯାତ୍ରା କରୁଥିବା ସମୟରେ ବହୁ ସମୟରେ ଜରୁରୀ ପରିସ୍ଥିତିର ସାମ୍ନା କରିଥାନ୍ତି ଏବଂ ଏକ ରେଷ୍ଟ ରୁମ୍‌ ଆବଶ୍ୟକ କରୁଥିବା ସମୟରେ ତାହା ଉପଲବ୍ଧ ହୋଇପାରି ନ ଥାଏ। ଏହି ସମସ୍ୟା ଦେଖିବାକୁ ପାଇଥିଲେ ଦୀପ୍ତେନ୍ଦୁ । ଏହାର ସମାଧାନ ଲାଗି ସେ ପୁରୁଣା ବସ୍‌ରେ ରେଷ୍ଟରୁମ୍‌ ନିର୍ମାଣ ଲାଗି ନିଷ୍ପତ୍ତି ନେଇ ଚାକିରି ଛାଡ଼ିଥିଲେ। ବସ୍‌ରେ ନିର୍ମିତ ରେଷ୍ଟରୁମ୍‌ର ପ୍ରଥମ ପ୍ରୋଟୋଟାଇପ୍‌ ଶାନ୍ତିନିକେତନରେ ଆରମ୍ଭ କରାଯାଇଛି। ଏଥିରେ ୩ଟି ଓ୍ବାଶ୍‌ରୁମ୍‌, ଗୋଟିଏ ବାଥ୍‌ରୁମ୍‌ ଏବଂ ଚେଞ୍ଜିଂରୁମ୍‌ ରହିଛି। ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ମଧ୍ୟ ସ୍ବତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଛି। ଭୋଲପୁର ମହିଳା ମହାସଂଘ ଏହାର ଦେଖାରଖା କରୁଛି। ଏଥିପାଇଁ ଜିଲା ପ୍ରଶାସନ ମଧ୍ୟ ସହଯୋଗ କରୁଛି। ଆଗକୁ ଏଭଳି ଅଧିକ ରେଷ୍ଟ୍‌ରୁମ୍‌ କରାଯାଇ ରାଜପଥ କଡ଼ରେ ରଖାଯିବ ବୋଲି କହିଛନ୍ତି ଦୀପ୍ତେନ୍ଦୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri