ଏଇ ଭାରତରେ

ଦୁନିଆରେ ଏମିତି ପିଲା ଅଛନ୍ତି ଯେଉଁମାନଙ୍କର କେହି ବି ନାହାନ୍ତି, ନା ଅଛି ଘର ନା ଅଛି ଶିକ୍ଷା। ସେମାନେ ରାସ୍ତା କଡ଼ର ବାସିନ୍ଦା, ସେମାନେ ପୁଣି ନିର୍ଯାତିତ। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଅନେକ ସମାଜସେବୀ ତଥା ସଂସ୍ଥା ପ୍ରୟାସ ଜାରି ରଖିଛନ୍ତି। ହେଲେ ଏଭଳି ଶିଶୁମାନଙ୍କୁ ସାମାଜିକ କ୍ଷେତ୍ରରେ ସଶକ୍ତ କରିବାରେ ଫରିଦାବାଦର ବୀଣା ଲାଲଙ୍କ ଚେଷ୍ଟା କିନ୍ତୁ ନିଆରା। ତାଙ୍କ ଇଚ୍ଛାଶକ୍ତି ଓ ସେବା ମନୋଭାବ ସଭିଙ୍କ ହୃଦୟ ଜିତିପାରିଛି। ସେ କାହାଠାରୁ କୌଣସି ଆର୍ଥିକ ଅନୁଦାନ ଗ୍ରହଣ ନ କରି ନିଜସ୍ବ ରୋଜଗାରରେ ଅସହାୟ ଶିଶୁମାନଙ୍କର ସାହାରା ପାଲଟିଛନ୍ତି। ବୀଣା ୧୯୯୭ରେ ‘କର୍ମମାର୍ଗ’ ଏନ୍‌ଜିଓ ଗଠନ କରି ସେବା ଜାରି ରଖିଛନ୍ତି। ସେ ଅଦରକାରୀ ଖବରକାଗଜ, ପ୍ଲାଷ୍ଟିକ ବୋତଲ ଏବଂ ଅଦରକାରୀ କପଡ଼ା ବ୍ୟବହାର କରି ବିଭିନ୍ନ ଜିନିଷ ପ୍ରସ୍ତୁତ କରୁଛନ୍ତି ଓ ତାହାକୁ ବିକ୍ରି କରି ଯେତିକି ଟଙ୍କା ପାଉଛନ୍ତି ପିଲାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କୁ ପଢ଼ାଇବା ସକାଶେ ସେ ମହିଳାମାନଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ପିଲାମାନଙ୍କୁ ପଢ଼ାଇବା ସହ ବିଭିନ୍ନ ଜିନିଷ ତିଆରି କଳାକୌଶଳ ଶିଖାଉଛନ୍ତି। ଏବେ ସୁଦ୍ଧା ସେ ୧୫୦୦ ଶିଶୁଙ୍କୁ ଶିକ୍ଷା ଦେଇସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ସ୍ବାସ୍ଥ୍ୟ, ଶିଳ୍ପ, ଫ୍ୟାଶନ୍‌ ଏବଂ ପ୍ରାଣୀ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛନ୍ତି ବୋଲି କହନ୍ତି ୫୫ ବର୍ଷୀୟା ବୀଣା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀଙ୍କ ପ୍ରତି ଦୟା

ମାନେକା ଗାନ୍ଧୀ ମୋ ମା’ଙ୍କୁ ଜଣେ ଖୁସିବାସିଆ ତଥା ଯତ୍ନଶୀଳ ମହିଳା ଭାବେ ବନ୍ଧୁବାନ୍ଧବ ଓ ପରିବାର ଲୋକେ ମନେ ରଖିଛନ୍ତି। ସେ କ୍ୟାନ୍‌ସରରେ ପୀଡ଼ିତ...

ଏଇ ଭାରତରେ

ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏଭଳି ମନ୍ତ୍ରକୁ ଆଧାର କରି ଗୁଜରାଟ ବନାଶକାଣ୍ଠ ଜିଲା ନିବାସୀ ନବଲବେନ୍‌ ଚୌଧୁରୀ...

ମାନସିକ ଦୁଶ୍ଚିନ୍ତା

ଡକ୍ଟର ତ୍ରିନାଥ ପଟ୍ଟନାୟକ ଅଧିକାଂଶ ମଣିଷ ପଚାଶ ବର୍ଷ ବୟସରେ ପହଞ୍ଚତ୍ଲେ ଅଧିକ ଚିନ୍ତିତ ହୋଇଯାଆନ୍ତି। ସତେ ଯେମିତି କିଏ ତାଙ୍କର ଗତିପଥକୁ ପଛରୁ ଭିଡ଼ିଧରୁଛି।...

କିଏ ଏଇ ମା’

ସୁଧିରାଜ ରାଉତ ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା...

ଭାଲେରିଆ, କୁର୍ଦ୍ଦି ଓ ନିଷ୍ଠୁର ବିଶ୍ୱ

ପ୍ରକାଶ ତ୍ରିପାଠୀ ଗତ ଜୁନ୍‌ ୨୫ ତାରିଖ ସକାଳେ ଆମେରିକାବାସୀ ଯେତେବେଳେ ସେ ଦିନର ଖବରକାଗଜକୁ ଖୋଲିଥିବେ ପ୍ରଥମ ପୃଷ୍ଠାରେ ଫଟୋ ସହ ପ୍ରକାଶ ପାଇଥିବା...

ଆଫଗାନିସ୍ତାନ: ଅତୀତ ଓ ବର୍ତ୍ତମାନ

କିଶୋର ଜେନା ତାଲିବାନ୍‌ ଏକ ଉଗ୍ର ମୌଳବାଦୀ ସଂଗଠନ ରୂପେ ସାରା ବିଶ୍ୱ ଜାଣେ। ତାହାରି ହାତରେ ଆମେରିକା ଆଫଗାନିସ୍ତାନକୁ ଟେକିଦେଲା। ଆମେରିକା-ତାଲିବାନ୍‌ ଚୁକ୍ତି ସମୟରେ...

କଂଗ୍ରେସ ତ୍ରୁଟି ସୁଧାରୁ

ବୈକୁଣ୍ଠନାଥ ମିଶ୍ର ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍‌ପ୍ରସ୍ତୁତିସ୍ବରୂପ...

ସମ୍ପାrଦକୀୟ/ପିଆଜ ଲୁହ

ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ...

Advertisement
Archives

Model This Week