ଏଇ ଭାରତରେ

ମହାଭାରତରେ ଏକଲବ୍ୟଙ୍କ ଗୁରୁଦକ୍ଷିଣା ସମ୍ପର୍କରେ ଆମେ ଜାଣିଛେ। ଏବେ ପଞ୍ଜାବରେ ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କେତେଜଣ ଖେଳାଳି। କ୍ରୀଡ଼ାକୁ ଜୀବନ୍ତ ରଖିବା ପାଇଁ ଶହ ଶହ ଅନ୍ତର୍ଜାତୀୟ କବାଡ଼ି ଖେଳାଳିଙ୍କୁ ତାଲିମ ଦେଇଥିବା କୋଚ ରେସଲର ସେବୁ ଦାରଗାବାଦଙ୍କୁ ଦକ୍ଷିଣା ଦେବାକୁ ଖେଳାଳିମାନେ ଅଣ୍ଟା ଭିଡ଼ିଛନ୍ତି। କାନାଡାର କୈଲଗରିରେ ରହୁଥିବା ଗୁରୁବେଜ ସିଂ ମାନ ରେସଲରଙ୍କ ଗାଁରେ ପହଞ୍ଚି ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାର ଗୁରୁଦକ୍ଷିଣା ପ୍ରଦାନ କରିଛନ୍ତି। ପରେ ଦେଶ ଓ ବିଦେଶରେ ରହୁଥିବା କବାଡ଼ି ଖେଳାଳିମାନେ କୋଚ୍‌ ସେବୁଙ୍କ ଘର ନିର୍ମାଣ ପାଇଁ ଟଙ୍କା ଜମା କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେମାନେ ୧୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଗୁରୁବେଜ ସିଂ କହିଛନ୍ତି, ପଞ୍ଜାବକୁ ଶହ ଶହ କବାଡ଼ି ଖେଳାଳି ଦେଇଥିବା ସେବୁ ରେସଲରଙ୍କ ଘର ନିର୍ମାଣ ଲାଗି ଅନ୍ତର୍ଜାତୀୟ କବାଡି ଖେଳାଳି ଅମୃତପାଲ ସିଂ ଅର୍ଲିିଭନ୍ନଙ୍କ ସହଯୋଗରେ ଆରମ୍ଭ ହୋଇଛି। ଗୁରୁବେଜ ସିଂ କହିଛନ୍ତି ଯେ ଯେତେବେଳେ ସେବୁ କାନାଡାରେ କବାଡ଼ି ଖେଳିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ କାନାଡାରେ ରହିବାର ଅଫର ମଧ୍ୟ ମିଳିଥିଲା। ମାତ୍ର ସେ କାନାଡାରେ ରହିବା ପରିବର୍ତ୍ତେ ନିଜ ଦେଶକୁ ଫେରି ପଞ୍ଜାବର ଯୁବକମାନଙ୍କୁ କବାଡ଼ି ତାଲିମ ଦେଇଥିଲେ। କବାଡ଼ି କୋଚ୍‌ ସେବୁ କହିଛନ୍ତି ଯେ ବିଦେଶରେ ରହୁଥିବା କବାଡ଼ି ଖେଳାଳିମାନେ ତାଙ୍କର ବିଳାସପୂର୍ଣ୍ଣ ଘର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ କରୁଛନ୍ତି। ସେ ଗର୍ବିତ ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ କବାଡ଼ି ଖେଳାଳିମାନେ ବର୍ତ୍ତମାନ ବିଦେଶରେ ରହି ଦେଶ ପାଇଁ ଗୌରବ ଆଣୁଛନ୍ତି। ସେ କହିଛନ୍ତି, ସମୟ ସମୟରେ ସରକାର କବାଡ଼ି ଖେଳାଳିଙ୍କ ପ୍ରତି ଦୃଷ୍ଟି ନେଉନାହାନ୍ତି। ଯେଉଁଥିପାଇଁ ଖେଳାଳିମାନେ ନିରାଶ ହେଉଛନ୍ତି। ଘର ନିର୍ମାଣରେ ଗୁରୁବେଜ ସିଂଙ୍କ ବ୍ୟତୀତ ଅନ୍ତର୍ଜାତୀୟ ଖେଳାଳି ମଣିନ୍ଦର ଚକକି ରାମଦାସ, ଗୁରୁଜନ୍ତ ଖୌରା, ସିମର, ତେଜବୀର ସିଂ ସରପଞ୍ଚ, ରେସଲର ରାଜିନ୍ଦର ସିଂ ପ୍ରମୁଖ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri