ଏଇ ଭାରତରେ

ଉନ୍ନତମାନର ଛତୁଚାଷ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କେରଳର ମା’ ଓ ପୁଅ। ଏର୍ନାକୁଲମ ନିବାସୀ ଲିନା ଥୋମାସ୍‌ ଏବଂ ତାଙ୍କ ପୁଅ ଜିତୁ ଛତୁଚାଷରୁ ଦିନକୁ ୩୫-୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଜିତୁ ୪ ବର୍ଷ ପୂର୍ବେ ପ୍ରଥମେ ଏହି ଚାଷ ଆରମ୍ଭ କରିଥିଲେ। ପରେ ମା’ଙ୍କ ସହଯୋଗରେ ଦୁହେଁ ଏତେ ବାଟ ଯାଇପାରିଛନ୍ତି। ସେମାନେ ୫ ହଜାର ବର୍ଗଫୁଟ ଜାଗାରେ ଚାଷ କରି ଦିନକୁ ୮୦ରୁ ୧୦୦ କେ.ଜି. ଛତୁ ଉପତ୍ାଦନ କରୁଛନ୍ତି। ବୈଜ୍ଞାନିକ ପଦ୍ଧତିରେ ଏହି ଚାଷ କରି ଖୁବ୍‌ ଶୀଘ୍ର ସଫଳତା ପାଇଛନ୍ତି। ଜିତୁ ଏକ ଏନ୍‌ଜିଓରେ ସୋସିଆଲ ଏଣ୍ଟରପ୍ରିନ୍ୟୁୟର ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଛତୁଚାଷକୁ ଏକ ସାଇଡ୍‌ ବିଜ୍‌ନେସ୍‌ ଭାବେ ଚଳାଇଛନ୍ତି। ଛତୁ ପ୍ୟାକେଟ କରିବା ଓ ତାହାର ମାର୍କେଟିଂ କାର୍ଯ୍ୟ କରୁଛନ୍ତି ତାଙ୍କ ମା’। ଏଥିଲାଗି ୧୧ ଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ଛତୁ ପ୍ୟାକେଟ କରିବା ସହ ୩୦ କି.ମି ପରିଧି ମଧ୍ୟରେ ସବୁ ପରିବା ଦୋକାନରେ ପହଞ୍ଚାଉଛନ୍ତି।