ଏଇ ଭାରତରେ

ବିଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ ପରେ ରୋଜଗାରକୁ ପଛ କରି ଶିଶୁମାନଙ୍କୁ ସଶକ୍ତ କରୁଛନ୍ତି ଈଶା ଡୋଗ୍ରା। ସେ ‘ଜୀବମ୍‌ ଫାଉଣ୍ଡେଶନ’ ଗଠନ କରି ତା’ମାଧ୍ୟମରେ ତାଙ୍କ ଗାଁରେ ୧୦୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ଏଥିରେ ତାଙ୍କ ଭାଇ ଅଭିଜିତ୍‌ ସହଯୋଗ କରୁଛନ୍ତି। କରୋନା ମହାମାରୀ ସମୟରେ ସେପ୍ଟେମ୍ବର ୨୦୨୦ରେ ଈଶା ଏହି ଫାଉଣ୍ଡେଶନ ପ୍ରତିଷ୍ଠା କରିଥିଲେ। ତାଙ୍କ ଗାଁ ହରିୟାଣା ଶୀଷାର ଖେଓଓ୍ବାଲିକୁ ଫେରିବା ପରେ ଏହି ଅନୁଷ୍ଠାନ ଆରମ୍ଭ କରିଥିଲେ। ଘର ପାଖ ପିଲାଙ୍କୁ ପ୍ରଥମେ ବଗିଚାରେ ପଢ଼ାଉଥିଲେ। ପିଲାସଂଖ୍ୟା ବଢ଼ିବାରୁ ସେମାନଙ୍କୁ ଗାଁର କମ୍ୟୁନିଟି ସେଣ୍ଟରରେ ପଢ଼ାଉଛନ୍ତି। ସ୍କୁଲ ପରେ ୪ଟାରୁ ୬.୩୦ ଯାଏ ପିଲାମାନେ ପଢ଼ୁଛନ୍ତି। ସ୍କୁଲ ପାଠ୍ୟକ୍ରମ ବାଦ୍‌ ଈଶା ଓ ଅଭିଜିତ୍‌ ସେମାନଙ୍କୁ କମ୍ପ୍ୟୁଟର ଓ ଅନ୍ୟ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି। ଈଶାଙ୍କ ବୟସ ୨୩। ସେ କାନାଡ଼ାର ଆଲବର୍ଟା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ଡିଗ୍ରୀ କରିବା ପରେ ଚାକିରି ନ କରି ଗାଁକୁ ଫେରିଛନ୍ତି। ପିଲାମାନଙ୍କୁ ଏବେକାର ଶିକ୍ଷାର ସ୍ରୋତରେ ସାମିଲ କରିବାକୁ ଇଚ୍ଛାକରି ସେ ଏବେ ତାହାକୁ ସାକାର କରିବାରେ ଲାଗିଛନ୍ତି। ୩ରୁ ୭ମ ଶ୍ରେଣୀ ଯାଏ ପିଲାମାନେ ଈଶା ଓ ତାଙ୍କ ଭାଇଙ୍କ ପାଖରୁ ଶିକ୍ଷା ଲାଭ କରୁଛନ୍ତି।