ଏଇ ଭାରତରେ

କପ୍‌ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍‌ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍‌ ତିଆରି କରାଯାଉଛି। ଉକ୍ତ ଏଡିବଲ୍‌ ବା ଖାଇବାଯୋଗ୍ୟ କପ୍‌ ବ୍ୟବହାର ଯୋଗୁ ସିଙ୍ଗଲ ୟୁଜ୍‌ଡ ପ୍ଲାଷ୍ଟିକ୍‌ କପ୍‌ ବ୍ୟବହାର କମୁଛି। ଫଳରେ ପ୍ରଦୂଷଣ ରୋକିିବାରେ ଏହି ଚା’ କପ୍‌ର ଭୂମିକା ରହିଛି। ଅନ୍ୟପକ୍ଷରେ କାଚ ଗ୍ଲାସ୍‌ରେ ଚା’ ପିଇ ତାହାକୁ ଧୋଇବାରେ ବ୍ୟବହାର କରାଯାଉଥିବା ପାଣି ମଧ୍ୟ ବଞ୍ଚାଯାଇପାରୁଛି। ଗୋଟିଏ ଅଭିନବତ୍ୱରେ ଦୁଇ ପ୍ରକାର ଉପକାର ପରିବେଶକୁ ମିଳିପାରୁଛି। ପୁନିତ୍‌ ଦିଲ୍ଲୀସ୍ଥିତ ‘ଅଟାଓ୍ବେର ବାୟୋଡିଗ୍ରେଡବଲ ପ୍ରାଇଭେଟ ଲିମିଟେଡ’୍‌ ଦ୍ୱାରା ଏହି ଏଡିବଲ୍‌ କପ୍‌ ତିଆରି କରୁଛନ୍ତି। ଏହି କମ୍ପାନୀରେ କେବଳ ଚା’ କପ୍‌ ତିଆରି ହେଉ ନାହିଁ, ବରଂ ପ୍ଲେଟ, ଚାମଚ ଆଦି ତିଆରି ହେଉଛି। କପ୍‌ ତିଆରି କରିବା ଲାଗି ଗୁଡ଼, ମକା, ବାଜରା ଓ ଯଅ ଆଦି ବ୍ୟବହାର କରାଯାଉଛି। ଏହି କପ୍‌ରେ ଭାନିଲା, ଷ୍ଟ୍ରବେରି, ତୁଳସୀ, ଅଦା, ଅଳେଇଚ, ଲେମ୍ବୁ ଓ କଫି ସ୍ବାଦ ଦିଆଯାଉଛି। ଉକ୍ତ କମ୍ପାନୀ ପ୍ରତି ସପ୍ତାହରେ ୯.୫ ଲକ୍ଷ କପ୍‌ ବିକ୍ରି କରୁଛି ଓ ଏହା ୬ ମାସ ଯାଏ ରହୁଛି। ଏହି ସଂଖ୍ୟକ କପ୍‌ ଉପଯୋଗ ଦ୍ୱାରା ୩୫ ଲକ୍ଷ ଲିଟର ପାଣି ବଞ୍ଚିପାରୁଛି। ବଡ଼ କଥା ହେଉଛି ମହାମାରୀ ସମୟରେ ଏହିସବୁ ଜିନିଷ ତିଆରି କରିବା ଲାଗି ପୁନିତ୍‌ ତାଙ୍କ କମ୍ପାନୀ ମାଧ୍ୟମରେ ଶ୍ରମିକମାନଙ୍କୁ ୬,୦୦୦ ଦିନର କାମ ଯୋଗାଇବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri