ପାନ୍‌-ଆଧାର ଲିଙ୍କ୍‌ ହୋଇ ନ ଥିଲେ ଜରିମାନା

ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ନମ୍ବର ଲିଙ୍କ୍‌ କରି ନ ଥିଲେ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଆୟକର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାନ୍‌-ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଛି। ଆଧାର ସଂଯୋଗ ହୋଇ ନ ଥିଲେ, ପାନ୍‌ ଅକାମୀ ହୋଇଯିବ। ଯେଉଁମାନେ ଏପ୍ରିଲ୧ରୁ ଜୁନ୍‌ ୩୦ ମଧ୍ୟରେ ଆଧାର ସଂଯୋଗ କରିବାକୁ ଚାହିଁବେ, ସେମାନଙ୍କୁ ୫୦୦ ଟଙ୍କା ବିଳମ୍ବିତ ଦେୟ ଦାଖଲ କରିବାକୁ ପଡ଼ିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏହା ପରେ ପାନ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେଲେ ଟିକସଦାତାଙ୍କୁ ୧,୦୦୦ ଟଙ୍କା ଜରିମାନା ଭରିବାକୁ ହେବ।
ପାନ୍‌ ସହ ଆଧାର ସଂଯୋଗ ଲାଗି ରହିଥିବା ସମୟସୀମାକୁ ସରକାର ଏକାଧିକ ଥର ବଢ଼ାଇବା ପରେ ଏପ୍ରିଲ୧ରୁ ପ୍ରଥମ ୩ ମାସ ପାଇଁ ୫୦୦ ଟଙ୍କା ଓ ଏହାର ପରେ ୧,୦୦୦ ଟଙ୍କା ଜରିମାନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିବା ଏକେଏମ୍‌ ଗ୍ଲୋବାଲ ଟାକ୍ସ ପାର୍ଟନର ଅମିତ ମାହେଶ୍ୱରୀ କହିଛନ୍ତି। ଏଥିରେ ବିଫଳ ହେଲେ ପାନ୍‌ ଅକାମୀ ହୋଇଯିବ ଏବଂ କରଦାତାଙ୍କର ପାନ୍‌ କାର୍ଡ ନାହିଁ ବୋଲି ବିବେଚନା କରାଯିବ। ସେଥିପାଇଁ କରଦାତାମାନେ ସେମାନଙ୍କ ଆୟକର ପୋର୍ଟାଲ ଯାଞ୍ଚ କରି ପାନ୍‌-ଆଧାର ଲିଙ୍କ୍‌ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିନେବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କର ଆୟକର ପୋର୍ଟାଲକୁ ଯିବା ସୁବିଧା ନାହିଁ ସେମାନେ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ଏହା ଜାଣିପାରିବେ। ରିଟର୍ନ ଦାଖଲ ଆଦି ବିଭିନ୍ନ ଆୟକର ସମ୍ପର୍କିତ କାର୍ଯ୍ୟ ପାଇଁ ପାନ୍‌-ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସ୍ଥାବର ସମ୍ପତ୍ତି କ୍ରୟ କିମ୍ବା ପରିଚୟ ପ୍ରମାଣ ଭାବେ ପାନ୍‌ ବ୍ୟବହୃତ ହେଉଛି। ଆଧାର ସଂଯୋଗ ହୋଇ ନ ଥିଲେ ପାନ୍‌ କାର୍ଡଧାରୀ ବିଭିନ୍ନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନହେବେ। ପାନ୍‌ ନମ୍ବର ବାଧ୍ୟତାମୂଳକ ଥିବା ବିଭିନ୍ନ ଆର୍ଥିକ କାରବାର କରିବାରୁ ସେ ବଞ୍ଚତ୍ତ ହେବେ। ଫଳରେ ଧାରା ୨୭୨ ବି ଅନୁଯାୟୀ ତାଙ୍କୁ ଅଧିକ ହାରରେ ଟିଡିଏସ୍‌ ଏବଂ ଜରିମାନା ଦେବାକୁ ପଡ଼ିବ ବୋଲି ନାଙ୍ଗିଆ ଆଣ୍ଡରସନ ଏଲ୍‌ଏଲ୍‌ପି ପାର୍ଟନର ନୀରଜ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri