ଏଇ ଭାରତରେ

ବନ୍ଧୁଙ୍କ ଦେହାନ୍ତ ସ୍ବପ୍ନିଳ ଗଓ୍ବାଣ୍ଡେଙ୍କ ଆଖି ଖୋଲିଦେଲା। ଟଙ୍କା ରୋଜଗାର କରି ଆରାମ ଜୀବନ ଜିଇବା ବଦଳରେ ସେ ସେବାକୁ ଆପଣାଇ ନେଲେ। ଆଇଆଇଏମ୍‌, ଅହମଦାବାଦ ଭଳି ଖାତିସମ୍ପନ୍ନ ଅନୁଷ୍ଠାନରୁ ଏମ୍‌ବିଏ ଛାଡ଼ି ଆରମ୍ଭ କଲେ ଏକ ଚକ୍ଷୁଦାନ କେନ୍ଦ୍ର। ମହାରାଷ୍ଟ୍ରରେ ଉକ୍ତ କେନ୍ଦ୍ର ଖୋଲିବା ପରଠାରୁ ସେ ଏଯାବତ ୩,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାହାଯ୍ୟ କରି ସାରିଲେଣି। ୨୦୦୬ରେ ତାଙ୍କ ଦୃଷ୍ଟିବାଧିତ ସାଙ୍ଗ ଅବଦୁଲଙ୍କ ମୃତ୍ୟୁ ଘଟିଥିଲା। ୨୦୧୦ରେ ସେ ‘ଦିଶା ମେଡିକାଲ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନ’ ଗଠନ କରି ତା’ ମାଧ୍ୟମରେ ଦିଶା ଇଣ୍ଟରନ୍ୟାଶନାଲ ଆଏ ବ୍ୟାଙ୍କ ଖୋଲିଥିଲେ। ଏବେ ମହାରାଷ୍ଟ୍ରରେ ସେ ୫ଟି ଆଏ ବ୍ୟାଙ୍କ ଚଳାଇ ଚକ୍ଷୁ ଦାନକୁ ପ୍ରୋତ୍ସାହିତ କରୁଛନ୍ତି। ସେ ମଧ୍ୟ ହଜାର ହଜାର ଲୋକଙ୍କ ଟ୍ରାନ୍ସପ୍ଲାଣ୍ଟେଶନ ସର୍ଜରି କରାଇଛନ୍ତି । ସ୍ବପ୍ନିଳଙ୍କ ବୟସ ୨୯। ତାଙ୍କ ସଂସ୍ଥା ଏଯାବତ୍‌ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚକ୍ଷୁଦାନ କରିବା ଲାଗି ପ୍ରେରିତ କରିପାରିଛି। ୬ଲକ୍ଷ ଲୋକ ଦିଶା ମାଧ୍ୟମରେ ଚକ୍ଷୁଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ତାଙ୍କ ବ୍ୟାଙ୍କ ୨,୧୦୦ କର୍ନିଆ ସମ୍ପର୍କିତ ସର୍ଜରି କରିପାରିଛି। ସେ ଏବଂ ଡାକ୍ତର ଟିମ୍‌ ୭୭ଟି ଆଏ ବ୍ୟାଙ୍କର ଟେକ୍ନିସିଆନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ତାଙ୍କ ଟିମ୍‌ରେ ୨,୭୦୦ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri