ଏଇ ଭାରତରେ

ଆମେରିକାରେ ଚାକିରି ପାଇବା କିଛି କମ୍‌ କଥା ନୁହେଁ। ଏମିତି ଏକ ଚାକିରି ପାଇଥିଲେ କିରୁ ମୟିକାପିଲାଇ। ଭଲ ଦରମା ମଧ୍ୟ ପାଉଥିଲେ। ହେଲେ ସେ ତାହାକୁ ଛାଡ଼ି ଭାରତ ଫେରି ଆସି ଷ୍ଟାର୍ଟ ଅପ୍‌ ମାଧ୍ୟମରେ ଜୈବିକ ହଳଦୀ ଚାଷକୁ ବ୍ୟାପକ କରିବା ସହ କୃଷକମାନଙ୍କ ରୋଜଗାର ବଢ଼ାଇ ପାରିଛନ୍ତି। ତାମିଲନାଡୁର ସାଲେମ୍‌ ସହରରେ କିରୁଙ୍କ ଘର। ତାଙ୍କ ବୟସ ଏବେ ୩୪। ସେ ୟୁନିଭର୍ସିଟି ଅଫ୍‌ ମାସାଚ୍ୟୁସେଟ୍ସରୁ ଏମ୍‌ବିଏରେ ଡିଗ୍ରୀ ହାସଲ କରିବା ପରେ ଏକ ଆମେରିକାନ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ୨୦୧୮ରେ ତାହାକୁ ଛାଡ଼ିି ଭାରତ ଫେରି ଉକ୍ତ କାର୍ଯ୍ୟ ଆରମ୍ଭ କରିଥିଲେ। ସାଲେମ ଆଖପାଖ ଗଁାଗୁଡ଼ିକରେ ପ୍ରଚୁର ହଳଦୀ ଚାଷ ହେଉଥିବାରୁ ସେ ଜୈବିକ ପଦ୍ଧତିରେ ଏହାର ଚାଷ ଲାଗି କୃଷକମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଧୀରେ ଧୀରେ କୃଷକମାନେ ଏଥିପ୍ରତି ଆକର୍ଷିତ ହେବା ପରେ ଉପତ୍ାଦନ ବଢ଼ିଲା। ଏହାର ମାର୍କେଟ ଲାଗି ମଧ୍ୟ ସେ କୃଷକମାନଙ୍କୁ ସହଯୋଗ କରୁଛନ୍ତି। କୃଷକମାନଙ୍କ ଆୟ ବି ଦୁଇ ଗୁଣ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, କିରୁ ହଳଦୀ ପାଉଡର, ହଳଦୀରୁ ପ୍ରସ୍ତୁତ ସାବୁନ ଓ ବାମ୍‌ ଉପତ୍ାଦକୁ ‘ଦି ଡିଭାଇନ ଫୁଡ୍ସ’ ବ୍ରାଣ୍ଡ୍‌ରେ ବଜାରକୁ ଛାଡ଼ିଛନ୍ତି। ଏହି କାର୍ଯ୍ୟରେ ବହୁ ଲୋକଙ୍କୁ ନିଯୁକ୍ତ କରିଛନ୍ତି ଓ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାକୁ ସକ୍ଷମ ହୋଇ ପାରିଛନ୍ତି।