ଏଇ ଭାରତରେ

ତାମିଲନାଡୁର ଭିଲ୍ଲୁପୁରମ୍‌ ଜିଲା ମରକ୍କନାମ ଟାଉନ୍‌ର ପାଞ୍ଚ ନଂ.ଓ୍ବାର୍ଡରେ ଥିବା ଅଙ୍ଗନଓ୍ବାଡିକୁ ଏସ୍‌. ସୁମତି ନୂଆ ରୂପ ଦେଇଛନ୍ତି। ସୁମତିଙ୍କ ଘର ଟାଉନ୍‌ ନିକଟସ୍ଥ ପୁଡୁପାକ୍କମ ଗାଁରେ। ଆରମ୍ଭରୁ ଅଙ୍ଗନଓ୍ବାଡିରେ ଘର ବ୍ୟତୀତ କିଛି ବି ନ ଥିଲା। ସେଠାରେ ୨୦୧୭ରେ ଯୋଗଦେବା ପରେ ସୁମତି ୪ ବର୍ଷ ଧରି ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଏହାକୁ ପରିବର୍ତ୍ତନ କରିପାରିଛନ୍ତି। ନିଜସ୍ବ ଖର୍ଚ୍ଚରେ ସେ ଚେୟାର, ଟଏଲେଟ୍‌, ପାନୀୟଜଳର ବ୍ୟବସ୍ଥା ସହ ଚାରିପାଖେ ତାରବାଡ଼ କରି ଗେଟ୍‌ ଲଗାଇଛନ୍ତି। ପିଲାମାନଙ୍କ ପାଇଁ ବାସନ ମଧ୍ୟ କିଣିିଛନ୍ତି। ଏବେ ସେ ଅଙ୍ଗନଓ୍ବାଡ଼ିକୁ ଏକ ସ୍ବର୍ଗରେ ପରିଣତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏସବୁ କାର୍ଯ୍ୟ ଲାଗି ସୁମତି ନିଜ ପକେଟ୍‌ରୁ ଦେଢ଼ଲକ୍ଷ ଖର୍ଚ୍ଚ କରିସାରିଲେଣି। ଏପରି କି ତାଙ୍କ ସୁନାଚେନ୍‌ ବନ୍ଧା ପକେଇ ସେହି ଟଙ୍କା ଏଥିରେ ଲଗାଇଛନ୍ତି। ଅଙ୍ଗନଓ୍ବାଡି ପରିସରରେ ଏକ ବଗିଚା କରିଛନ୍ତି ଓ ସେଥିରେ ବିଭିନ୍ନ ପ୍ରକାର ପରିବା ଫଳୁଛି। ଉକ୍ତ ଅଙ୍ଗନଓ୍ବାଡିରେ ଏବେ ୩୦ ପିଲା ପଢୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୧୨ ଜଣ ଆଦିବାସୀ ପିଲା ରହିଛନ୍ତି। ଏହି କାର୍ଯ୍ୟ ଲାଗି ତାଙ୍କୁ ତାମିଲନାଡୁ ସରକାର ବେଷ୍ଟ ଓ୍ବାର୍କର ସମ୍ମାନ ପ୍ରଦାନ କରିଛନ୍ତି।