ଏଇ ଭାରତରେ

ଯମରାଜାଙ୍କ କଥା ଶୁଣିଲେ ମନରେ ଛନକା ପଶିଯାଏ। କିନ୍ତୁ କଳିଯୁଗରେ ଏମିତି ଜଣେ ଯମରାଜା ଅଛନ୍ତି ଯାହାଙ୍କ ନାମ ଶୁଣିଲେ ଲୋକେ ଖୁସି ହେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରାଖଣ୍ଡ ପିଥୋରାଗଡ ଜିଲା ଶିଲିଂ ଗାଁର ଦିଓ୍ବାନି ରାମ। ପିଲାଦିନେ ମଇଁଷି ପିଠିରେ ବସି ଦିଓ୍ବାନି ସ୍କୁଲ ଯାଉଥିବାରୁ ଲୋକେ ତାଙ୍କୁ ଯମରାଜା ବୋଲି ଡାକନ୍ତିି। ସେ ବିପଦ ସମୟରେ ଲୋକମାନଙ୍କୁ କାନ୍ଧରେ ବସାଇ କିମ୍ବା ନାଉ କରି ନଦୀ ପାର କରୁଛନ୍ତି। ତାଙ୍କୁ ବୟସ ୪୯। ସେ ପେସାରେ ଜଣେ କୃଷକ। ବର୍ଷ ସାରା ଚାଷ କରନ୍ତି, ହେଲେ ବର୍ଷର ଦୁଇମାସ ସେ ଲୋକଙ୍କୁ ନଦୀ ପାର କରାନ୍ତି। ଏହା ବିନା ପରିଶ୍ରମିକରେ କରିଥାନ୍ତି ଯମରାଜ ଓରଫ ଦିଓ୍ବାନି। ଦୀର୍ଘ ୩୬ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ବହୁ ସମୟରେ ତାଙ୍କ ଅଞ୍ଚଳରେ ବର୍ଷା ଯୋଗୁ ଅସ୍ଥାୟୀ ପୋଲ ଭାସିଯାଏ ଓ ଏହି ପରିସ୍ଥିତିରେ ସେ ଲୋକମାନଙ୍କୁ ନଦୀ ପାର କରିଥାନ୍ତି। ସରକାରୀ ଚାକିରିଆଙ୍କୁ ଅଫିସ. ପର୍ଯ୍ୟଟକଙ୍କ ବିଭିନ୍ନ କ୍ଷେତ୍ରକୁ ତଥା ସାଧାରଣ ଲୋକଙ୍କୁ ବଜାରକୁ ଯିବା ଲାଗି ସେ ନଦୀ ପାର କରିଥାନ୍ତି। ଏହି କାର୍ଯ୍ୟ ସେ ୧୪ ବର୍ଷ ବୟସରୁ କରିଆସୁଛନ୍ତି। ତାଙ୍କୁ ପ୍ରଥମେ ତାଙ୍କ ବାପା ଏହି କଠିନ କାର୍ଯ୍ୟ ଶିଖାଇଥିଲେ। ତିନି ପିଢି ହେବ ତାଙ୍କ ପରିବାର ଏହା କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ତାଙ୍କ ଗାଁର ପ୍ରଧାନ ଭାବେ ନିର୍ବାଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri