ଏଇ ଭାରତରେ

କେରଳର ଛାବରା ଦର୍ଶନ ସିଏମ୍‌ଆଇ ପବ୍ଲିକ୍‌ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ ଆକର୍ଷଣୀୟ ବାଉଁଶ ଉଦ୍ୟାନ କରାଯାଇଛି। ଅଧ ଏକର ଜମିରେ ପ୍ରାୟ ୩୦ ପ୍ରଜାତିର ବାଉଁଶ ଗଛ ଶୋଭା ପାଉଛି। ଏଠାରେ ମତ୍ସ୍ୟପାଳନ ସହ ଜୈବିକ ପରିବା ଚାଷ ମଧ୍ୟ କରାଯାଉଛି। ଏକ ବଡ଼ କୁଣ୍ଡରେ ୫,୦୦୦ରୁ ଊର୍ଦ୍ଧ୍ୱ ମାଛ ଅଛନ୍ତି। ଏତଦ୍‌ ବ୍ୟତୀତ ଏହି ସ୍କୁଲର ଔଷଧୀୟ ଉଦ୍ୟାନ ମଧ୍ୟ ଆକର୍ଷଣୀୟ। ରାଜ୍ୟ କୃଷି ବିଭାଗ ସହାୟତାରେ ଗଠିତ ‘ନେଚର କ୍ଲବ’ ମାଧ୍ୟମରେ ଏହି ସବୁ କାର୍ଯ୍ୟ ସଞ୍ଚାଳନ କରାଯାଉଛି। ପିଲା ଓ ଶିକ୍ଷକମାନେ ସ୍କୁଲର ଏହି ପଦକ୍ଷେପକୁ ସଫଳ କରିପାରିଛନ୍ତି। ସ୍କୁଲ ହତାରେ ଫଳୁଥିବା ମାଟିଆଳୁ, ଲାଉ, ଟମାଟୋ, ଭେଣ୍ଡି, ଲଙ୍କା, ବାଇଗଣକୁ ସ୍କୁଲର ଇକୋ ଶପ୍‌ରେ ବିକ୍ରି କରାଯାଉଛି। ଏହାବାଦ୍‌ ବିଭିନ୍ନ ପ୍ରକାର ମାଛକୁ ପିଲା, ଅଭିଭାବକ, ଶିକ୍ଷକ ସମେତ ଅନ୍ୟମାନଙ୍କୁ ମଧ୍ୟ ବିକ୍ରି କରାଯାଇ ଲବ୍ଧ ଅର୍ଥକୁ ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟ ତଥା ସ୍କୁଲ୍‌ ବିକାଶରେ ବ୍ୟୟ କରାଯାଉଛି। ଗତ ବର୍ଷ ସ୍କୁଲରେ ୫ କୁଇଣ୍ଟାଲରୁ ବେଶି ପରିବା ଉପତ୍ାଦନ କରାଯାଇଥିଲା। ସ୍କୁଲରେ ସୋଲାର ଲାଇଟ୍‌ ମଧ୍ୟ ଲଗାଯାଇଛି।