ଏଇ ଭାରତରେ

ନିଜ ଜୀବନର ସବୁ ଦୁଃଖ ଯନ୍ତ୍ରଣାକୁ ପଛ କରି ଅନ୍ୟମାନଙ୍କ ସେବାରେ ଲାଗିଛନ୍ତି ମୁମ୍ବାଇର ଟ୍ରାନ୍ସ ଓମ୍ୟାନ୍‌ ଅଭିନ୍ନ ଅହେର। ସେ ନିର୍ଯାତନା ଓ ବଳାକତ୍ାରର ଶିକାର ହୋଇ ମଧ୍ୟ ୨୬ ବର୍ଷ ହେବ ଟ୍ରାନ୍ସଜେଣ୍ଡରଙ୍କ ସ୍ବର ପାଲଟିଛନ୍ତି। ଅଭିନ୍ନ ୨୦୧୩ରେ ଏକ ଡ୍ୟାନ୍ସିଂ କୁଇନ୍‌ ଗ୍ରୁପ୍‌ ଗଠନ କରି ତା’ ମାଧ୍ୟମରେ ଟ୍ରାନ୍ସଜେଣ୍ଡ ସମୁଦାୟର କଲ୍ୟାଣ ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି। ସେ ମଧ୍ୟ ଲିଙ୍ଗଗତ ଭେଦଭାବ ବିରୋଧରେ ସଚେତନତା ସୃଷ୍ଟି କରୁଛନ୍ତି। ମାତ୍ର ୩ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇଥିତ୍ଲେ। ତାଙ୍କ ମା’ ବୃହତ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନରେ ଚାକିରି କରିଥିଲେ। ମା’ଙ୍କ ସହଯୋଗରେ ଆଗକୁ ବଢ଼ି ଅଭିନ୍ନ ତାଙ୍କଠାରୁ ନାଚ ଶିକ୍ଷା କରିବା ସହ ଇକୋନୋମିକ୍ସରେ ସ୍ନାତକ ଏବଂ ସଫ୍ଟଓ୍ବେର ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଛନ୍ତି। ପରେ ଅଭିନ୍ନଙ୍କୁ ସାମାଜିକ ଟାହିଟାପରାରୁ ମୁକ୍ତି ପାଇଁ ଘର ଛାଡ଼ିବାକୁ ପଡ଼ିଛି ଓ ଦୁଇବର୍ଷ ଜଣେ ସ୍କଓ୍ବୋର୍କର ଭାବେ ଜୀବନ ବିତାଇବାକୁ ହୋଇଛି। ଅଭିନ୍ନଙ୍କ ବୟସ ଏବେ ୪୪। ସେ କେବଳ ଏହି କାର୍ଯ୍ୟରେ ନିଜକୁ ସୀମିତ ରଖିନାହାନ୍ତି ବରଂ ବହୁ ସଂସ୍ଥା ସହ ମିଶି ଟ୍ରାନ୍ସଜେଣ୍ଡରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଏବଂ ନାଗରିକ ମୌଳିକ ଅଧିକାର ପାଇବା ଲାଗି ସାହାଯ୍ୟ କରୁଛନ୍ତି। ଏଥିପାଇଁ ସେ ‘ଟ୍ରାନ୍ସଜେଣ୍ଡର୍‌ ଓ୍ବେଲ୍‌ଫେୟାର ଇକ୍ୱିଟି ଆଣ୍ଡ ଏମ୍ପ୍ଲୟମେଣ୍ଟ ଟ୍ରଷ୍ଟ’ ଗଠନ କରିଛନ୍ତି।