ଏଇ ଭାରତରେ

ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍‌ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍‌ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ ଏବେ ୨୨ଟି ରାଜ୍ୟରେ ୫୦,୦୦୦ରୁ ଅଧିକ ହେଲ୍‌ମେଟ ବାଣ୍ଟି ସାରିଲେଣି। ୭ ବର୍ଷ ପୂବେ ଦିଲ୍ଲୀରେ ଏକ ରାସ୍ତା ଦୁର୍ଘଟଣାରେ ରାଘବେନ୍ଦ୍ରଙ୍କ ସାଙ୍ଗ କୃଷ୍ଣକୁମାରଙ୍କ ମୃତ୍ୟୁ ହୋଇଥିଲା ଓ ହେଲ୍‌ମେଟ ନ ଥିବା ଯୋଗୁ ଏହା ଘଟିଥିଲା। ଏହି ଦୁର୍ଘଟଣା ପରେ ସେ ହେଲ୍‌ମେଟ ବଣ୍ଟନ ଆରମ୍ଭ କରିଥିଲେ। ରାଘବେନ୍ଦ୍ରଙ୍କ ଘର ବିହାରର କଇମ୍‌ପୁର ଜିଲାର ଏକ ଛୋଟ ଗାଁରେ। ରହୁଛନ୍ତି ଗ୍ରେଟର ନଏଡାରେ। ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରିବା ଲାଗି ସେ ୨୦୧୮ରେ ଓକିଲାତି ଛାଡ଼ି ଦେଇଛନ୍ତି ଓ ଜମି ମଧ୍ୟ ବିକ୍ରି କରିଦେଇଛନ୍ତି। ଏପରି କି ହେଲ୍‌ମେଟ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସେ କାର୍‌ ଚଳାଇବାବେଳେ ହେଲ୍‌ମେଟ ପିନ୍ଧୁଛନ୍ତି। ଏହା ବ୍ୟତୀତ ରାଘବେନ୍ଦ୍ର ସ୍କୁଲ ଓ କଲେଜରେ ପଢୁଥିବା ପାଖାପାଖି ୮.୫ ଲକ୍ଷ ଗରିବ ପିଲାମାନଙ୍କୁ ବହି ବାଣ୍ଟି ସାରିଲେଣି। ସେ ଗ୍ରେଟର ନଏଡାରେ ଏକ ବୁକ୍‌ ବ୍ୟାଙ୍କ ଖୋଲି ବହି ସଂଗ୍ରହ କରି ତାହାକୁ ବାଣ୍ଟୁଛନ୍ତି। ଅଧିତ୍କ ବହି ବ୍ୟାଙ୍କକୁ ଆସିବା ପରେ ଏହାକୁ ସେ ବିହାର, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀକୁ ସମ୍ପ୍ରସାରିତ କରିଛନ୍ତି। ସେ ମଧ୍ୟ ବହୁ ଗାଁରେ ମିନି ଲାଇବ୍ରେରି ପ୍ରତିଷ୍ଠା କରୁଛନ୍ତି। ଏହି କାର୍ଯ୍ୟ ଲାଗି ରାଘବେନ୍ଦ୍ର ତାଙ୍କ ଗ୍ରେଟର ନଏଡାସ୍ଥିତ ଘରକୁ ୪୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri