ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର ମୁହୂର୍ତ୍ତ ଆସିଛି ତାମିଲନାଡୁର ଥୁଥୁକୋଡ଼ି ପାଇଁ। ଧୀବର ବର୍ଗର ଲୋକେ ରହୁଥିବା ଏହି ଗାଁର ଜଣେ ଯୁବକଙ୍କ ଦ୍ୱାରା ଗାଁ ଆଲୋକିତ ହେବାରେ ଲାଗିଛି। ୩୦ ବର୍ଷୀୟ ଏମ୍‌.ଶକ୍ତିଭେଲ୍‌ ଘର ପରେ ଘର ସୋଲାର ପ୍ୟାନେଲ ଲଗାଇ ଚାଲିଛନ୍ତିି। ଜଣେ ୟୁଟ୍ୟୁବର ଭାବେ ସେ ସମୁଦ୍ରେରେ ମାଛମାରିବା ସମୟର ବିଭିନ୍ନ ଭିଡିଓ କରି ତାହାକୁ ଛାଡୁଛନ୍ତି। ଏବେ ସୁଦ୍ଧା ଶକ୍ତିଭେଲଙ୍କ ୫୦୦ରୁ ଊର୍ଦ୍ଧ୍ୱ ଭିଡିଓର ୭ ଲକ୍ଷରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର ରହିଛନ୍ତି। ଏହି ପ୍ଲାଟଫର୍ମକୁ ବ୍ୟବହାର କରି ସେ ତାଙ୍କ କମ୍ୟୁନିଟ୍‌କୁ ସାହାଯ୍ୟ କରିବାକୁ ନିବେଦନ କରିବା ପରେ ଶ୍ରୀଲଙ୍କା, ସିଙ୍ଗାପୁର ଏବଂ ମାଲେସିଆ ଆଦି ଦେଶର ଭ୍ୟୁୟର୍ସମାନେ ସହଯୋଗର ହାତ ବଢ଼ାଇବା ଆରମ୍ଭ କରିଥିତ୍ଲେ। ଧୀରେ ଧୀରେ ତାଙ୍କ ନିକଟରେ ଟଙ୍କା ପହଞ୍ଚିଲା ଓ ତାହାକୁ ସୋଲାର ପ୍ୟାନେଲ ବସାଇବାରେ ବ୍ୟୟ କରିଚାଲିଲେ। ଏବେ ସେ ତାଙ୍କ ଗାଁରେ ୧୫ଟି ଘରେ ସୋଲାର ପ୍ୟାନେଲ ଲଗାଇସାରିଛନ୍ତି ଓ ଆଗକୁ ଅଧିକ ପାଣ୍ଠି ଯୋଗାଡ଼ କରି ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରିବାକୁ ଯୋଜନା କରିଛନ୍ତି। ଏହାବାଦ୍‌ ନିଜସ୍ବ ଆୟକୁ ମଧ୍ୟ ଏଥିରେ ବ୍ୟୟ କରୁଛନ୍ତି। ତିନୋଟି ଲାଇଟ୍‌, ଗୋଟିଏ ଫ୍ୟାନ ଏବଂ ମୋବାଇଲ କରମ୍ବା ଟର୍ଚ୍ଚ ଚାର୍ଜ ପାଇଁ ୧୬,୦୦୦ ଟଙ୍କା ବ୍ୟୟରେ ପ୍ୟାନେଲ ଲଗାଉଛନ୍ତି।