ଏଇ ଭାରତରେ

ଅନେକେ କହନ୍ତି, ଚାଷ କାର୍ଯ୍ୟ ତୁଲାଇବାର କ୍ଷମତା ନ ଥିବାରୁୁ ମହିଳାମାନେ ଏ କ୍ଷେତ୍ରରେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଭଳି କହୁଥିବା ଲୋକଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ନାସିକର ସାହସୀ ମହିଳା କୃଷକ ସଙ୍ଗୀତା ପିଙ୍ଗଲେ। ତାଙ୍କ ସଂଘର୍ଷର କାହାଣୀ ଖୁବ୍‌ ପ୍ରେରଣାଦାୟକ। ୨୦୦୪ରେ ତାଙ୍କ ସନ୍ତାନ ଓ ୨୦୦୭ରେ ସ୍ବାମୀଙ୍କୁ ହରାଇବା ପରେ ସେ ଭାଙ୍ଗି ପଡ଼ି ନ ଥିଲେ । ୧୦ ବର୍ଷ ପରେ ପରିବାରରୁ ଅଲଗା ହେବା ପରେ ଶାଶୁ ଓ ଶ୍ୱଶୁରଙ୍କ ଦାୟିତ୍ୱ ତାଙ୍କ ଉପରେ ପଡ଼ିବାରୁ ୨୦୧୭ରେ ୧୫ ଏକର ଜମିରେ ଅଙ୍ଗୁର ଚାଷ ଆରମ୍ଭ କରିଥିଲେ। ଏବେ ସେ ଚାଷରୁ ବର୍ଷକୁ ୮୦୦ରୁ ୧୦୦୦ ଟନ୍‌ ଅଙ୍ଗୁର ଉତ୍ପାଦନ କରୁଛନ୍ତି ଓ ସେଥିରୁ ପାଉଛନ୍ତି ୨୦ରୁ ୩୦ ଲକ୍ଷ ଟଙ୍କା। ସେ ଚାଷରେ ନିଜସ୍ବ ଦକ୍ଷତା ପ୍ରତିପାଦନ କରିଛନ୍ତି। ଟ୍ରାକ୍ଟର ଚଳାଉଛନ୍ତି ଓ ଅଙ୍ଗୁର ମାର୍କେଟ ନିଜେ ସମ୍ଭାଳୁଛନ୍ତି। କୃଷି ଯନ୍ତ୍ରପାତି ମରାମତି କରୁଛନ୍ତି। ବହୁ ସମୟରେ ଅଙ୍ଗୁର ଚାଷରେ କ୍ଷତି ହୁଏ ଓ ତାହାକୁ ଭରଣା କରିବାକୁ ସେ ଟମାଟୋ ଚାଷ ମଧ୍ୟ କରୁଛନ୍ତି। ସେ ଦୃଢ଼ ସଂକଳ୍ପ ଓ କଠୋର ପରିଶ୍ରମର ଫଳ ପାଇଛନ୍ତି ଓ ଚାଷରେ ଆହୁରି ଆଗକୁ ଯାଇପାରିବେ ବୋଲି କହନ୍ତି ସଙ୍ଗୀତା।