ଏଇ ଭାରତରେ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ପରିବେଶଗତ ପ୍ରଭାବ ଏଡ଼ାଇବା ଲାଗି ଝାଡ଼ଖଣ୍ଡର ଇଞ୍ଜିନିୟର ବିଶାଲ ପ୍ରସାଦ ଗୁପ୍ତା ଶୈବାଳରୁ ପ୍ରସ୍ତୁତ କରିଛନ୍ତି ବାୟୋ ଫୁଏଲ ବା ଜୈବ ଇନ୍ଧନ। ଏହା ପେଟ୍ରୋଲର ଏବକାର ଦାମ୍‌ଠାରୁ ପାଖାପାଖି ୨୭ଟଙ୍କା କମ୍‌ ରହୁଛି। ଝାଡ଼ଖଣ୍ଡର ବିଭିନ୍ନ ଗଡ଼ିଆପୋଖରୀରେ ବଢୁଥବା ଛୋଟ ଶୈବାଳରୁ ଏହା ବାୟୋ ଫୁଏଲ ପ୍ରସ୍ତୁତ ହେଉଛି। ୨୦୨୦ରେ କେନ୍ଦ୍ର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟରୁ ସ୍ବୀକୃତି ପାଇବା ପରେ ରାଞ୍ଚିସ୍ଥିତ ତାଙ୍କ ପେଟ୍ରୋଲ ପମ୍ପରେ ବାୟୋଫୁଏଲ ବିକ୍ରି କରୁଛନ୍ତି। ଅଧିକ ଜୈବ ଇନ୍ଧନ ଉପତ୍ାଦନ ପାଇଁ ସେ ସିଟି ଡ୍ୟାମ୍‌ରେ ଶୈବାଳ ଚାଷ କରିବା ସକାଶେ ରାଞ୍ଚି ମ୍ୟୁନିସିପାଲିଟି ସହ ଏକ ବୁଝାମଣା କରିଛନ୍ତି। ବିର୍ଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକୋ୍ନଲୋଜିରୁ ଡିଗ୍ରୀ ହାସଲ କରିବା ପରେ ବହୁ ରାଷ୍ଟ୍ରୀୟ ତୈଳ ଓ ଗ୍ୟାସ କମ୍ପାନୀ ଟୋଟାଲ୍‌ ଏନର୍ଜିସ ଏସ୍‌ଇ, ଯାହା ଭାରତୀୟ ତୈଳ ନିଗମ ସହ ଚୁକ୍ତି କରିଥିଲା, ସେଥିରେ କାମ କରିବା ପରେ ଅନ୍ୟ ପବ୍ଲିକ ସେକ୍ଟର ୟୁନିଟ୍‌ରେ ୧୫ ବର୍ଷ କାର୍ଯ୍ୟ କରିଥିଲେ। କେନ୍ଦ୍ରରେ ଜୈବ ଇନ୍ଧନ ଉପରେ ଏକ ଜାତୀୟ ନୀତି ଆସିବା ପରେ ସେ ୨୦୧୮ରେ ଗବେଷଣା ଆରମ୍ଭ କରି ଏହି ବାୟୋଫୁଏଲ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି। ସେ ଦିନକୁ ୨,୦୦୦ରୁ ୨,୫୦୦ କିଲୋଲିଟର ବାୟୋଫୁଏଲ ବିକ୍ରି କରୁଛନ୍ତି ଏବଂ ଏଯାବତ୍‌ ୨,୫୦,୦୦୦ କିଲୋଲିଟର ବିକ୍ରି କରି ସାରିଲେଣି। ଉପତ୍ାଦନର ପ୍ରତ୍ୟେକ ପର୍ଯ୍ୟାୟରେ ସେ ୭,୦୦୦ କିଲୋଲିଟର ଉପତ୍ାଦନ କରୁଛନ୍ତି। ବିଭିନ୍ନ ଜଳାଶୟରେ ଶୈବାଳ ଚାଷ କରିବାକୁ ଏନ୍‌ଜିଓଗୁଡ଼ିକ ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri