ଏଇ ଭାରତରେ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ପରିବେଶଗତ ପ୍ରଭାବ ଏଡ଼ାଇବା ଲାଗି ଝାଡ଼ଖଣ୍ଡର ଇଞ୍ଜିନିୟର ବିଶାଲ ପ୍ରସାଦ ଗୁପ୍ତା ଶୈବାଳରୁ ପ୍ରସ୍ତୁତ କରିଛନ୍ତି ବାୟୋ ଫୁଏଲ ବା ଜୈବ ଇନ୍ଧନ। ଏହା ପେଟ୍ରୋଲର ଏବକାର ଦାମ୍‌ଠାରୁ ପାଖାପାଖି ୨୭ଟଙ୍କା କମ୍‌ ରହୁଛି। ଝାଡ଼ଖଣ୍ଡର ବିଭିନ୍ନ ଗଡ଼ିଆପୋଖରୀରେ ବଢୁଥବା ଛୋଟ ଶୈବାଳରୁ ଏହା ବାୟୋ ଫୁଏଲ ପ୍ରସ୍ତୁତ ହେଉଛି। ୨୦୨୦ରେ କେନ୍ଦ୍ର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟରୁ ସ୍ବୀକୃତି ପାଇବା ପରେ ରାଞ୍ଚିସ୍ଥିତ ତାଙ୍କ ପେଟ୍ରୋଲ ପମ୍ପରେ ବାୟୋଫୁଏଲ ବିକ୍ରି କରୁଛନ୍ତି। ଅଧିକ ଜୈବ ଇନ୍ଧନ ଉପତ୍ାଦନ ପାଇଁ ସେ ସିଟି ଡ୍ୟାମ୍‌ରେ ଶୈବାଳ ଚାଷ କରିବା ସକାଶେ ରାଞ୍ଚି ମ୍ୟୁନିସିପାଲିଟି ସହ ଏକ ବୁଝାମଣା କରିଛନ୍ତି। ବିର୍ଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକୋ୍ନଲୋଜିରୁ ଡିଗ୍ରୀ ହାସଲ କରିବା ପରେ ବହୁ ରାଷ୍ଟ୍ରୀୟ ତୈଳ ଓ ଗ୍ୟାସ କମ୍ପାନୀ ଟୋଟାଲ୍‌ ଏନର୍ଜିସ ଏସ୍‌ଇ, ଯାହା ଭାରତୀୟ ତୈଳ ନିଗମ ସହ ଚୁକ୍ତି କରିଥିଲା, ସେଥିରେ କାମ କରିବା ପରେ ଅନ୍ୟ ପବ୍ଲିକ ସେକ୍ଟର ୟୁନିଟ୍‌ରେ ୧୫ ବର୍ଷ କାର୍ଯ୍ୟ କରିଥିଲେ। କେନ୍ଦ୍ରରେ ଜୈବ ଇନ୍ଧନ ଉପରେ ଏକ ଜାତୀୟ ନୀତି ଆସିବା ପରେ ସେ ୨୦୧୮ରେ ଗବେଷଣା ଆରମ୍ଭ କରି ଏହି ବାୟୋଫୁଏଲ ପ୍ରସ୍ତୁତ କରିବାରେ ସକ୍ଷମ ହୋଇପାରିଛନ୍ତି। ସେ ଦିନକୁ ୨,୦୦୦ରୁ ୨,୫୦୦ କିଲୋଲିଟର ବାୟୋଫୁଏଲ ବିକ୍ରି କରୁଛନ୍ତି ଏବଂ ଏଯାବତ୍‌ ୨,୫୦,୦୦୦ କିଲୋଲିଟର ବିକ୍ରି କରି ସାରିଲେଣି। ଉପତ୍ାଦନର ପ୍ରତ୍ୟେକ ପର୍ଯ୍ୟାୟରେ ସେ ୭,୦୦୦ କିଲୋଲିଟର ଉପତ୍ାଦନ କରୁଛନ୍ତି। ବିଭିନ୍ନ ଜଳାଶୟରେ ଶୈବାଳ ଚାଷ କରିବାକୁ ଏନ୍‌ଜିଓଗୁଡ଼ିକ ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri