ଏଇ ଭାରତରେ

ସ୍କୁଲର ନାମ ଘାଟ୍‌ଓ୍ବାଲା ସ୍କୁଲ୍‌। ଗଙ୍ଗା କୂଳ କମଳେଶ୍ୱର ଘାଟରେ ଚାଲୁଛି ଏମିତି ଏକ ନିଆରା ସ୍କୁଲ,ଯେଉଁଠି ୨୦୦ ଅସହାୟ ପିଲା ମାଗଣାରେ ପଢୁଛନ୍ତି। ଏହି ସ୍କୁଲର ପ୍ରତିଷ୍ଠାତା କାନପୁର ବାସିନ୍ଦା ନୀତିନ କୁମାର। ୨୦୧୫ରୁ ଉକ୍ତ ସ୍କୁଲରେ ସନ୍ଧ୍ୟାବେଳେ ପିଲାମାନଙ୍କୁ ସେ ଟ୍ୟୁଶନ କରୁଛନ୍ତି। ଏହି କାର୍ଯ୍ୟରେ ନୀତିନଙ୍କ ସହ ଅନେକ ସ୍ବେଚ୍ଛାସେବୀ ଯୋଡ଼ି ହୋଇଗଲେଣି। ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଇବା ସହ ସେମାନଙ୍କୁ ବିଭିନ୍ନ ସରକାରୀ ସ୍କୁଲରେ ନାମ ଲେଖାଇ ଉଚ୍ଚ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଏ ବାବଦ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଏହି ସ୍କୁଲରେ ନର୍ସରିଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ବସ୍ତି ପିଲା ଟିଉସନ ହେଉଛନ୍ତି। ଯେଉଁପିଲା ସେଠାରେ ପଢୁଛନ୍ତି ସେମାନେ ଭବିଷ୍ୟତରେ ଅନ୍ୟ ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବେ ବୋଲି ନୀତିନ ସେମାନଙ୍କ ପାଖରେ ଏକ ସର୍ତ୍ତ ରଖୁଛନ୍ତି। ଏଭଳି ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସକାଶେ ୨୦୧୮ରେ ଏକ ନୟି ରାହା ଫାଉଣ୍ଡେଶନ ଗଠନ କରିଛନ୍ତି। ତାଙ୍କ ମା’ ଅନ୍ୟ ଘରେ କାମ କରି ସେହି ଆୟରେ ନୀତିନଙ୍କୁ ବହୁ କଷ୍ଟରେ ପଢାଇଛନ୍ତି। ନୀତିନ ପିଲାବେଳୁ ବି ଅଭାବ ଅନଟନକୁ ଖୁବ୍‌ ନିକଟରୁ ଦେଖିଛନ୍ତି। ତେବେ ବହୁ କଷ୍ଟରେ ନୀତିନ ଆଇନରେ ଡିଗ୍ରୀ କରିବା ପରେ ଅସହାୟ ପିଲାମାନେ ସୁବିଧାରେ ଶିକ୍ଷା ଲାଭ କରିବା ପାଇଁ ଏଭଳି ଅଭିଯାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri