ଏଇ ଭାରତରେ

ସ୍କୁଲର ନାମ ଘାଟ୍‌ଓ୍ବାଲା ସ୍କୁଲ୍‌। ଗଙ୍ଗା କୂଳ କମଳେଶ୍ୱର ଘାଟରେ ଚାଲୁଛି ଏମିତି ଏକ ନିଆରା ସ୍କୁଲ,ଯେଉଁଠି ୨୦୦ ଅସହାୟ ପିଲା ମାଗଣାରେ ପଢୁଛନ୍ତି। ଏହି ସ୍କୁଲର ପ୍ରତିଷ୍ଠାତା କାନପୁର ବାସିନ୍ଦା ନୀତିନ କୁମାର। ୨୦୧୫ରୁ ଉକ୍ତ ସ୍କୁଲରେ ସନ୍ଧ୍ୟାବେଳେ ପିଲାମାନଙ୍କୁ ସେ ଟ୍ୟୁଶନ କରୁଛନ୍ତି। ଏହି କାର୍ଯ୍ୟରେ ନୀତିନଙ୍କ ସହ ଅନେକ ସ୍ବେଚ୍ଛାସେବୀ ଯୋଡ଼ି ହୋଇଗଲେଣି। ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଇବା ସହ ସେମାନଙ୍କୁ ବିଭିନ୍ନ ସରକାରୀ ସ୍କୁଲରେ ନାମ ଲେଖାଇ ଉଚ୍ଚ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଏ ବାବଦ ସମସ୍ତ ଖର୍ଚ୍ଚ ସେ ବହନ କରୁଛନ୍ତି। ଏହି ସ୍କୁଲରେ ନର୍ସରିଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ବସ୍ତି ପିଲା ଟିଉସନ ହେଉଛନ୍ତି। ଯେଉଁପିଲା ସେଠାରେ ପଢୁଛନ୍ତି ସେମାନେ ଭବିଷ୍ୟତରେ ଅନ୍ୟ ଅସହାୟ ପିଲାଙ୍କୁ ମାଗଣାରେ ପଢ଼ାଇବେ ବୋଲି ନୀତିନ ସେମାନଙ୍କ ପାଖରେ ଏକ ସର୍ତ୍ତ ରଖୁଛନ୍ତି। ଏଭଳି ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ସକାଶେ ୨୦୧୮ରେ ଏକ ନୟି ରାହା ଫାଉଣ୍ଡେଶନ ଗଠନ କରିଛନ୍ତି। ତାଙ୍କ ମା’ ଅନ୍ୟ ଘରେ କାମ କରି ସେହି ଆୟରେ ନୀତିନଙ୍କୁ ବହୁ କଷ୍ଟରେ ପଢାଇଛନ୍ତି। ନୀତିନ ପିଲାବେଳୁ ବି ଅଭାବ ଅନଟନକୁ ଖୁବ୍‌ ନିକଟରୁ ଦେଖିଛନ୍ତି। ତେବେ ବହୁ କଷ୍ଟରେ ନୀତିନ ଆଇନରେ ଡିଗ୍ରୀ କରିବା ପରେ ଅସହାୟ ପିଲାମାନେ ସୁବିଧାରେ ଶିକ୍ଷା ଲାଭ କରିବା ପାଇଁ ଏଭଳି ଅଭିଯାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri