ଏଇ ଭାରତରେ

ସହରରେ ରହି ଦୀର୍ଘ ବର୍ଷ ଧରି ପାଣି ବାବଦରେ ଟଙ୍କାଟିଏ ବ୍ୟୟ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କରୁଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରର ଜଗନ୍ନାଧାରାଜୁ ନଗର କଲୋନିର ବାସିନ୍ଦା। ସେମାନେ ୨୭ ବର୍ଷ ମଧ୍ୟରେ ବୁନ୍ଦାଏ ପାଣି ବି କିଣିନାହାନ୍ତି। କଲୋନିରେ ୧,୫୦୦ ଘର ରହିଛି। ସେଠାରେ ଜଗନ୍ନାଧାରାଜୁ ନଗର ବାସିନ୍ଦା ବିକାଶ ସଂଘ (ଆର୍‌ଡବ୍ଲ୍ୟୁଏ)ର ସଭାପତି କେ.ଏସ୍‌.ଆର୍‌ ମୂର୍ତ୍ତି କଲୋନି ବାସିନ୍ଦାଙ୍କ ସହଯୋଗରେ ଜଳକୁଣ୍ଡ ନିର୍ମାଣ କରି ବର୍ଷାଜଳ ସଂରକ୍ଷଣ କରୁଛନ୍ତି। କଲୋନିର ବହୁ ପରିତ୍ୟକ୍ତ କୂଅ ଓ ସମ୍ପ୍‌କୁ ବି ପାଣିକୁଣ୍ଡରେ ପରିଣତ କରିଛନ୍ତି ମୂର୍ତ୍ତି। ଛାତରୁ ପାଇପ ଯୋଗେ ସଂଯୋଗ କରାଯାଇ ପାଣି ସଂଗ୍ରହ କରାଯାଉଛି। ଏହି ପାଣିକୁ ବିଶୋଧନ କରାଯାଇ ଲୋକମାନେ ପିଇବା ଲାଗି ବ୍ୟବହାର କରୁଛନ୍ତି। ଏହାବାଦ୍‌ କଲୋନି ରାସ୍ତାର ଦୁଇ ପାର୍ଶ୍ୱରେ ବି ୧୫ଟି ୪ଫୁଟ ଲମ୍ବ ୪ଫୁଟ ଚଉଡ଼ା ଓ ୫ ଫୁଟ୍‌ ଗଭୀରର କୁଣ୍ଡ ନିର୍ମାଣ କରାଯାଇ ବର୍ଷାଜଳ ସଂଗ୍ରହ ହେଉଛି। ପ୍ରତିଟି କୁଣ୍ଡ ନିର୍ମାଣ କରିବାରେ ବ୍ୟୟ କରୁଛନ୍ତି ୭,୦୦୦ଟଙ୍କା। ଏହି ପାଣିକୁ ପରିଷ୍କାର କରିବା ପାଇଁ କୁଣ୍ଡ ଭିତରେ ବଜୁରି ଗୋଡି, ବାଲି ଓ ଛୋଟ ପଥରଖଣ୍ଡ ରଖାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଏହାଦ୍ୱାରା ବର୍ଷାଦିନେ ରାସ୍ତାରେ ବର୍ଷାଜଳ ଅଟକି ସମସ୍ୟା ସୃଷ୍ଟି କରୁନାହଁିି କି ଖରାଦିନେ ପାଣି ସମସ୍ୟା ଦେଖାଯାଉନି ବୋଲି କହନ୍ତି ମୂର୍ତ୍ତି। ବିଶାଖାପାଟଣା ସହରର ଅନ୍ୟ ସ୍ଥାନରେ ୨୦୦ ଫୁଟ୍‌ ଗଭୀରରେ ଭୂତଳ ଜଳସ୍ତର ରହୁଥିବାବେଳେ ଏହି କଲୋନି ଓ ତା’ ଆଖପାଖରେ ୫୦ଫୁଟ୍‌ରେ ଜଳସ୍ତର ରହୁଛି। ଏହି କାର୍ଯ୍ୟ ଲାଗି ଆର୍‌ଡବ୍ଲ୍ୟୁଏକୁ କେନ୍ଦ୍ର ଜଳ ସଂଶାଧନ ମନ୍ତ୍ରଣାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି। ବର୍ଷକୁ ଏହି କୁଣ୍ଡଗୁଡ଼ିକରେ ୭.୪୫ ଲକ୍ଷ ଲିଟର ପାଣି ସଂରକ୍ଷଣ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri