ଏଇ ଭାରତରେ

ମଲିହାବାଦ୍‌ର ଏକ ଆମ୍ବବଗିଚା ଦେଇ ସକାଳେ କିମ୍ବା ସନ୍ଧ୍ୟାବେଳେ ଯିବା ସମୟରେ ବକ୍ସରଙ୍କ ପଞ୍ଚିଂ ଶବ୍ଦ ଶୁଣିପାରିବେ। ଏହି ବଗିଚାର ମାଲିକ ହେଉଛନ୍ତି ମହମ୍ମଦ ସୈଫ ଖାନ୍‌ । ପେସାରେ ସେ ଜଣେ ଆମ୍ବଚାଷୀ ଓ ଭଲ ବକ୍ସର। ଏବେ ସୈଫଙ୍କ ବୟସ ୪୭। ତାଙ୍କର ୨ ଏକର ବିଶିଷ୍ଟ ଆମ୍ବବଗିଚାକୁ ସେ ବକ୍ସିଂ ପ୍ରଶିକ୍ଷଣ କେନ୍ଦ୍ର କରିଛନ୍ତି। ଆମ୍ବଗଛରେ ଝୁଲୁଥିବା ବ୍ୟାଗ୍‌କୁ ପିଲାମାନେ ପଞ୍ଚିଂ କରନ୍ତି । ୨୦୦୬ରୁ ସେ ଏଯାବତ ୮୭ ଜଣ ଝିଅ ଓ ୧୮ପୁଅଙ୍କୁ ବକ୍ସିଂ ଶିକ୍ଷା ଦେଇ ସାରିଲେଣି। ସେମାନଙ୍କ ମଧ୍ୟରୁ କେତେକ ଜିଲା, ରାଜ୍ୟ ଓ ଜାତୀୟ ସ୍ତରରେ ପଦକ ହାସଲ କରିଛନ୍ତି। କଲେଜରେ ପଢ଼ିବାବେଳେ ସୈଫ ଲକ୍ଷ୍ନୌରେ ଜଣେ ଜାତୀୟ କୋଚ୍‌ଙ୍କଠାରୁ ବକ୍ସିଂ ଶିକ୍ଷା ନେଇ ଜିଲା ଏବଂ ରାଜ୍ୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ସେହି ଅଭିଜ୍ଞତାକୁ ଆଧାର କରି ସେ ମାଗଣାରେ ଝିଅମାନଙ୍କୁ ଆମତ୍ରକ୍ଷା କୌଶଳ ଓ ବକ୍ସିଂ ଶିକ୍ଷା ଦେଉଛନ୍ତି। ୧୫ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି ଏବଂ ଆମ୍ବବଗିଚାର ଆୟରୁ ପିଲାମାନଙ୍କ କିଟ୍‌, ଖାଇବା ଖର୍ଚ୍ଚ ତୁଲାଉଛନ୍ତି। ଏଥିତ୍ପାଇଁ ସେ ‘ଜୋଶ ଏକାଡେମୀ ସମିତି’ ମଧ୍ୟ ଗଠନ କରିଛନ୍ତି। ସୈଫ ଏବେ ଏକ ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର କରିବା ଲାଗି ଜାଗା ଠିକ୍‌ କରିଛନ୍ତି ଓ ଏଥିପାଇଁ ତାଙ୍କୁ ତିନୋଟି ଏନ୍‌ଜିଓ ସହଯୋଗର ହାତ ବଢ଼ାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri