ଏଇ ଭାରତରେ

ଜଣେ ଶିକ୍ଷକଙ୍କ ଉଦ୍ୟମରେ ୪୪ ବର୍ଷ ପରେ ବିଦ୍ୟୁତ୍‌ ଆଲୋକ ଦେଖିଛି ନାଗାଲାଣ୍ଡର ଶିନିଯୁ ଗାଁ। ବିଦ୍ୟୁତ୍‌ ଆଣିଥିତ୍ବା ଶିକ୍ଷକ ଜଣକ ହେଉଛନ୍ତି ଜନ୍‌ ଖାଙ୍ଗନିୟୁ। ସୂର୍ଯ୍ୟାଲୋକରୁ ଏହି ବିଦ୍ୟୁତ୍‌ ସଂଗ୍ରହ କରାଯାଉଛି। ୨୦୦୨ରେ ସରକାରୀ ଗାଁର ସ୍ବୀକୃତି ପାଇଥିବା ମନ୍‌ ଜିଲାର ଏହି ଗାଁ ଭାରତ ଓ ମ୍ୟାନ୍‌ମାର ସୀମାରେ ରହିଛି। ଏଠାରେ କୋନୟାକ ନାଗା ସମ୍ପ୍ରଦାୟର ୬୦ ପରିବାର ରହୁଛନ୍ତି। ଗୋଟିଏ ସରକାରୀ ପ୍ରାଥମିକ ସ୍କୁଲ, ଗେଷ୍ଟ ହାଉସ, କମ୍ୟୁନିଟି ହଲ୍‌ ଏବଂ ଚର୍ଚ୍ଚ ରହିଛି। ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ ୨୦୧୫ରେ ନିଯୁକ୍ତି ପାଇବା ପରେ ସେହି ଗାଁକୁ ସୌର ବିଦ୍ୟୁତ୍‌ରେ ଆଲୋକିତ କରିଛନ୍ତି ୩୯ ବର୍ଷୀୟ ଜନ୍‌। ସେ ନିୟମିତ ୧୨ କି.ମି. ଚାଲି ଚାଲି ସ୍କୁଲକୁ ଯାଆନ୍ତି। ଏଥିପାଇଁ ଗାଁକୁ ସୋଲାର ଲାଇଟ୍‌ରେ ଆଲୋକିତ କରିବାରେ ଜନ୍‌ଙ୍କୁ ସହଯୋଗ କରିଛି ଗ୍ଲୋବାଲ ହିମାଳୟାନ ଏକ୍ସପେଡ଼ିଶନ। ଏବେ ପ୍ରତ୍ୟେକ ଘରେ ୧୭୦ ଓ୍ବାଟ୍‌ର ସୋଲାର ପ୍ୟାନେଲ ଲଗାଯାଇଛି। ୧୧ଟି ସୋଲାର ଷ୍ଟ୍ରିଟ ଲାଇଟ୍‌ ମଧ୍ୟ ଜଳୁଛି ଓ ଏଥିପାଇଁ ପ୍ରତ୍ୟେକ ପରିବାର ୧୦୦ ଟଙ୍କା ଲେଖା ଦେଉଛନ୍ତି। ଏହି ଦୁର୍ଗମ ଗାଁରେ ସୋଲାର ସିଷ୍ଟର ରକ୍ଷଣାବେକ୍ଷଣ ଲାଗି ଗାଁର ଲୋକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।