ଏଇ ଭାରତରେ

ବୃତ୍ତିରେ ଜଣେ ସାମ୍ବାଦିକ, ହେଲେ ଘରେ ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏଭଳି ପ୍ରେରଣାଦାୟୀ ସଫଳ କାହାଣୀ ପଛରେ ରହିଛନ୍ତି ରାମବୀର ସିଂ। ଉତ୍ତରପ୍ରଦେଶର ବରେଲିରେ ରହନ୍ତି ରାମବୀର। ଚାଷ ଆରମ୍ଭ କରିବା ପରେ ସେ ପ୍ରତ୍ୟକ୍ଷ ସାମ୍ବାଦିକତାରୁ ଓହରି ମୁକ୍ତବୃତ୍ତି ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ନିଜର ଏକ ତିନି ମହଲା ଘରକୁ ହାଇଡ୍ରୋଫୋନିକ ଫାର୍ମ କରିଛନ୍ତି। ବିନା ମାଟିରେ ପରିବା ଚାଷ କରି ବର୍ଷକୁ ୭୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେ ଦୁବାଇରୁ ହାଇଡ୍ରୋଫୋନିକ ଫାର୍ମିଂ ଉପରେ ପ୍ରଶିକ୍ଷଣ ନେଇଛନ୍ତି। ପରିବା ଉପତ୍ାଦନ ଓ ମାର୍କେଟିଂ ପାଇଁ ସେ ଭିମ୍ପା ଅର୍ଗାନିକ ଆଣ୍ଡ୍‌ ହାଇଡ୍ରୋଫୋନିକ୍ସ କମ୍ପାନୀ ଗଠନ କରିଛନ୍ତି। ଘରର ୭୫୦ ବର୍ଗମିଟର ଫାଙ୍କା ଜାଗାରେ ସେ ୧୦,୦୦୦ ଗଛ ଲଗାଇଛନ୍ତି। ଭେଣ୍ଡି, ଲଙ୍କା, କ୍ୟାପ୍‌ସିକମ, ଲାଉ, ଟମାଟୋ, ଫୁଲକୋବି, ପୋଇ, ବନ୍ଧାକୋବି, ଷ୍ଟ୍ରବେରି, ଗ୍ରୀନ୍‌ମଟର ଆଦି ଚାଷ କରୁଛନ୍ତି। ଏତିକି ଚାଷ ପାଇଁ ସାଧାରଣ ଖେତରେ ଯେତିକି ପାଣି ଆବଶ୍ୟକ ତା’ର ୯୦ ପ୍ରତିଶତ ବଞ୍ଚାଇ ପାରୁଛନ୍ତି।