ଏଇ ଭାରତରେ

ଶିକ୍ଷା ଦାନ ହିଁ ଶ୍ରେଷ୍ଠ ଦାନ, ଏହା ଉପଲବ୍ଧି କରିଛନ୍ତି ପ୍ରାଧ୍ୟାପକ ଲଳିତା ଶର୍ମା। ସେ ୫,୦୦୦ ବସ୍ତି ପିଲାଙ୍କୁ ଶିକ୍ଷାର ସ୍ରୋତରେ ସାମିଲ କରିପାରିଛନ୍ତି। ୨୦୦୯ରେ ସେ ଇନ୍ଦୋରର ରାସ୍ତାକଡ଼ରେ କିଛି ପିଲା ଏକାଠି ହୋଇ କଳି କରୁଥିବା ଦେଖିବାକୁ ପାଇଥିଲେ। ସେମାନେ ସମସ୍ତେ ଥିଲେ ନିକଟସ୍ଥ ବସ୍ତିର ପିଲା। ସେମାନଙ୍କ ସମ୍ପର୍କରେ ଜାଣିବା ପରେ ଲଳିତା ସେମାନଙ୍କୁ ଶିକ୍ଷା ଦେବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ‘ଆଭା କୁଞ୍ଜ’ ଏନ୍‌ଜିଓ ଗଠନ କରି ତା’ ମାଧ୍ୟରେ ବର୍ଷକୁ ପାଖାପାଖିତ୍ ୫୦୦ ପିଲାଙ୍କୁ ପଢ଼ାଇବା ବ୍ୟବସ୍ଥା କରୁଛନ୍ତି। ୨୦୦ ସ୍ବେଚ୍ଛାସେବୀଙ୍କୁ ନେଇ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ବସ୍ତିର ପିଲାମାନଙ୍କୁ ବିଭିନ୍ନ ସ୍କୁଲରେ ନାମ ଲେଖାଇବାଠାରୁ ଆରମ୍ଭ କରି ଆବଶ୍ୟକ ପେନ୍‌, ପେନ୍‌ସିଲ, ଖାତା, ବହି ସହ ସ୍କୁଲ ଫି, ଷ୍ଟାଇପେଣ୍ଡ୍‌ ବାବଦ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ତାଙ୍କ ଦ୍ୱାରା ଶିକ୍ଷାପ୍ରାପ୍ତ ବହୁ ପିଲା ବିଭିନ୍ନ ବୃତ୍ତିରେ ନିୟୋଜିତ ହେବାର ସୌଭାଗ୍ୟ ଲାଭ କରିପାରିଛନ୍ତି।