ଏଇ ଭାରତରେ

ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍‌ ସହର ନିବାସୀ ସୁଗଣ୍ୟା କାଣ୍ଡାସାମୀ। ସେ ସଞ୍ଚତ୍ତ ୮୦,୦୦୦ ଟଙ୍କା ଖର୍ଚ୍ଚ କରି ‘ଚ୍ୟାଲେଞ୍ଜ ରିହାଭ୍‌ ସେଣ୍ଟର’ଖୋଲି ୪୦ ଜଣ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷା ଦେଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ଅପସ୍ମାର ଏବଂ ଆଟେନ୍‌ସନ ଡେଫିସିଟି ହାଇପର୍‌ଆକ୍ଟିଭ ଡିଜଅର୍ଡର(ଏଡିଏଚ୍‌ଡି)ପିଲା ମଧ୍ୟ ରହିଛନ୍ତି। ସୁଗଣ୍ୟାଙ୍କ ପିତା ଜଣେ ମତ୍ସ୍ୟଜୀବୀ। ମହିଳାଙ୍କ ଶିକ୍ଷା ଉପରେ ପରିବାରରେ ଗୁରୁତ୍ୱ ନ ଥିତ୍ବାରୁ ସୁଗଣ୍ୟା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜସ୍ବ ଉଦ୍ୟମରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ମନସ୍ତତ୍ତ୍ୱ ବିଜ୍ଞାନ, ଅଡିଓଲୋଜିରେ ଡିଗ୍ରୀ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ସ୍ପିଚ୍‌ ଥେରାପି ଏବଂ କାଉନ୍‌ସିଲିଂରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି। ଶିକ୍ଷା ଶେଷ କରିବା ପରେ ୨୦୧୦ରେ ସେ ଏକ ଏନ୍‌ଜିଓରେ କାର୍ଯ୍ୟ କରିଥିଲେ। ପରେ ୨୦୧୪ରେ ଏନ୍‌ଜିଓ ଛାଡି ‘ଚ୍ୟାଲେଞ୍ଜ ରିହାଭ୍‌ ସେଣ୍ଟର୍‌’ ଖୋଲିଥିଲେ। ସାଇନ୍‌ ଲାଙ୍ଗୁଏଜ୍‌ରେ ଶିକ୍ଷା ଲାଭ କରିଥିବାରୁ ପିଲାମାନଙ୍କୁ ପଢ଼ାଇବାରେ ସୁଗଣ୍ୟାଙ୍କୁ କିଛି ଅସୁବିଧା ହେଉନାହିଁ। ଏବେ ସେ ଏକ ଭୋକେଶନାଲ ଟ୍ରେନିଂ ସେଣ୍ଟର୍‌ ଖୋଲିବା ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri