ଏଇ ଭାରତରେ

୧୨୫ ଏଚ୍‌ଆଇଭି ପଜିଟିଭ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାରେ ମହାରାଷ୍ଟ୍ରର ମଙ୍ଗଳ ଅରୁଣ ଶାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ତାଙ୍କୁ ଶ୍ରଦ୍ଧାରେ ଲୋକେ ମଙ୍ଗଳତାଇ ଡାକନ୍ତି। ମଙ୍ଗଳତାଇଙ୍କୁ ଏବେ ବୟସ ୬୯। ସେ ପଲାଇ ନାମକ କେୟାର ହୋମ୍‌ ଖୋଲି ୨୫ରୁ ଊର୍ଦ୍ଧ୍ୱ ଏଚ୍‌ଆଇଭି ପଜିଟିଭ୍‌ ଅନାଥ ଶିଶୁଙ୍କୁ ରଖିଛନ୍ତି। ସେଲାପୁର ଜିଲା ପନ୍ଧାରପୁର ସହର ନିକଟବର୍ତ୍ତୀ ଟକାଲି ଗାଁରେ ସେ ଏହି ଆଶ୍ରୟସ୍ଥଳୀ ଖୋଲିଛନ୍ତି। ପନ୍ଧରା ସହରରେ ଦେହଜୀବୀମାନଙ୍କୁ ଏଚ୍‌ଆଇଭି/ ଏଡ୍‌ସ ସମ୍ପର୍କରେ ସଚେତନ କରୁଛନ୍ତି। ପ୍ରଥମେ ଅଢ଼େଇ ବର୍ଷ ଏବଂ ଦେଢ଼ ବର୍ଷ ବୟସର ଦୁଇ ଅନାଥ ଭଉଣୀଙ୍କୁ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ। ଏମାନଙ୍କୁ କୌଣସି ଅନାଥ ଆଶ୍ରମରେ ରଖିବାକୁ ଚେଷ୍ଟା କରି ବିଫଳ ହେବା ପରେ ପଲାଇ ଆଶ୍ରୟସ୍ଥଳୀ ଖୋଲିଥିଲେ। ତାଙ୍କୁ ଏହି କାର୍ଯ୍ୟରେ ଝିଅ ଓ ନାତୁଣୀ ସାହାଯ୍ୟ କରୁଛନ୍ତି। ଆରମ୍ଭରୁ ମଙ୍ଗଳତାଇ ଏକ ଶୁପ କିଚେନ ଚଳାଉଥିଲେ ଓ ସରକାରୀ ହସ୍ପିଟାଲରେ ନର୍ସ ଭାବେ କୁଷ୍ଠ ଓ ଏଚ୍‌ଆଇଭି/ ଏଡ୍‌ସ ରୋଗୀଙ୍କ ସେବା କରୁଥିତ୍ଲେ, ଯାହା ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରିତ କରିଥିଲା। ଏବେ ତାଙ୍କ ଝିଅ ଡିମ୍ପଲ ଓ ତାଙ୍କ ଟିମ୍‌ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ କରି ପାଣ୍ଠି ଯୋଗାଡ଼ କରୁଛନ୍ତି। କେୟାର ହେମ୍‌ରେ ପିଲାମାନଙ୍କୁ ପଢ଼ାଯାଉଛି। ୨୨ ଜଣ ପ୍ରାଥମିକ ଶ୍ରେଣୀରେ ଥିବାବେଳେ ୯୦ ପିଲା ମାଧ୍ୟମିକ ଶ୍ରେଣୀରେ ପଢ଼ୁଛନ୍ତି। ପିଲାମାନଙ୍କ ଖାଦ୍ୟ, ଚିକିତ୍ସା, ଶିକ୍ଷା ଓ କର୍ମଚାରୀଙ୍କ ଦରମା ବାବଦକୁ ୧୫,୦୦୦ ଟଙ୍କା ଖର୍ଚ୍ଚ ହେଉଛି।