ଏଇ ଭାରତରେ

କୃଷିରେ ଗୋଷ୍ଠୀଗତ ଭାଗୀଦାରି ବୃଦ୍ଧି ପାଇବା ଏକ ଶୁଭ ସଙ୍କେତ, ବଳିଷ୍ଠ ପ୍ରୟାସ। ଏଭଳି ପ୍ରୟାସ କରୁଛନ୍ତି ଆଇଆଇଟି(ହାଇଦ୍ରାବାଦ)ର ପୂର୍ବତନ ଛାତ୍ର ସୁନିତ ରେଡ୍ଡୀ। ସେ ତାଙ୍କ ସାଙ୍ଗ ଶୌର୍ଯ୍ୟ ଚନ୍ଦ୍ରାଙ୍କ ସହ ‘କମ୍ୟୁନିଟ ଫରେଷ୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ଏବେ ହାଇଦ୍ରାବାଦ ଓ କୋର୍ଗର ପୁମେଲରେ ୪୦୦ ଏକର ଜମିରେ କମ୍ୟୁନିଟି ଚାଷ କରୁଛନ୍ତି। ପାଖାପାଖିତ୍ ୧୬୦ କୃଷକ ଏଥିରେ ସାମିଲ ହୋଇଛନ୍ତି। କୃଷକମାନେ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଇବା ସହ ସୁସ୍ଥ ଓ ପରିବେଶ ଅନୁକୂଳ ଜୀବନ ଜିଇ ପାରୁଛନ୍ତି। ୨୦୧୫-୧୬ରେ ସେ ପ୍ରଥମେ ବେଙ୍ଗାଲୁରୁ ନିକଟରେ କିଛି ଜମି କିଣି ଜୈବିକ କୃଷି ଆରମ୍ଭ କରିଥିଲେ। ପରେ ୨୦୧୭ରେ ଚାକିରି ଛାଡି ଶୌର୍ଯ୍ୟ ଓ ଅନ୍ୟ ୫ ଜଣ ସଦସ୍ୟଙ୍କୁ ନେଇ ହାଇଦ୍ରାବାଦରେ ୧୦ ଏକର ପରିତ୍ୟକ୍ତ ଜମି ଯୋଗାଡ କରି ସେଥିରେ ଗୋଷ୍ଠୀଗତ କୃଷି ଆରମ୍ଭ କରିଥିଲେ। ପରେ ଏହାକୁ ସେ ୪୦୦ ଏକରକୁ ବଢ଼ାଇପାରିଛନ୍ତି। ସେମାନେ ଏହି ଜମିରେ ପରିବେଶ ଅନୁକୂଳ ଖାଦ୍ୟ ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ପାରମ୍ପରିକ ତଥା ପରିବେଶ ଉପଯୋଗୀ କୃଷି ପଦ୍ଧତିରେ ଚାଷ ହେଉଛି। ଯେଉଁ ଚାଷରେ ସେମାନଙ୍କର ଯେତିକି ଶେୟାର ରହୁଛି ସେହି ଅନୁପାତରେ ସେମାନେ ଲାଭ ପାଉଛନ୍ତି। ଏହି ପ୍ର୍ରୋଜେକ୍କ୍ଟରେ ବଜାର ସୁବିଧା କରାଯାଉଛି। ଉପତ୍ାଦର ମୂଲ୍ୟ ନିର୍ଦ୍ଧାରଣ କରିବା ସହ କୃଷକମାନେ କିଭଳି ଉଚିତ ଦାମ୍‌ ପାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।