ଏଇ ଭାରତରେ

ସାରା ଭାରତରେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ଯାତାୟାତର ସୁବିଧା ଯୋଗାଇ ଦେଉଛନ୍ତି ସରତାଜ ଲାମ୍ବା। ଲୋକମାନେ ଗାଡ଼ିରେ ଯିବା ସମୟରେ ସେମାନଙ୍କୁ ଆବଶ୍ୟକ ସେବା କରାଯାଉଛି। ଆର୍ମି ଓ୍ବାଇଭ୍‌ସ୍‌ ଓ୍ବେଲଫେୟାର ଆସୋସିଏଶନ୍‌ର ଜଣେ ସକ୍ରିୟ ସଦସ୍ୟ ଭାବେ ସରତାଜ୍‌ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହଯୋଗରେ ଏହି ଅଭିଯାନ ଚଳାଇଛନ୍ତି। ସରତାଜ ରହୁଛନ୍ତି ଚଣ୍ଡିଗଡ଼ରେ। ଗାଡ଼ି କମ୍‌ ଭଡ଼ାରେ ଦିଲ୍ଲୀ, ମୋହାଲି, ଆମ୍ବାଲା, ଚଣ୍ଡିଗଡ଼, ଫରିଦାବାଦ, ଗୁରୁଗ୍ରାମ ଏବଂ ନଏଡାରେ ଉପଲବ୍ଧ ହେଉଛି। ପାଖାପାଖି ୭୦ଟି ଗାଡ଼ି ଚାଲୁଛି। ଏଥି ମଧ୍ୟରୁ ୨୦ଟିରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିତ୍ରେ ରୋଟେଟିଂ ସିଟ୍‌, ଅକ୍ସିଜେନ ସିଲିଣ୍ଡର ଏବଂ ଫାଷ୍ଟଏଡ୍‌ ରଖାଯାଇଛି। କେମୋଥେରାପି ଓ ଡାୟାଲିସିସ୍‌ ପାଇଁ ହସ୍ପିଟାଲ ଯାଉଥିବା ବୟସ୍କମାନେ ବେଶି ଉପକୃତ ହେଉଛନ୍ତି। ସରତାଜ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଡ୍ରାଇଭର ଏବଂ କେୟାର ଟେକର ଭାବେ ନିଯୁକ୍ତି ଦେଇଛନ୍ତି ଓ ଏହି ସେବାକୁ ସାରା ଭାରତରେ ଉପଲବ୍ଧ କରିବାର ଯୋଜନା କରିଛନ୍ତି। ସେ ମହିଳା ଡ୍ରାଇଭର ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି। ଗତ ଦୁଇ ବର୍ଷରେ ସରତାଜ୍‌ ୨୦୦୦ରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇ ସାରିଲେଣି।