ଏଇ ଭାରତରେ

ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି ସୁମିତ୍ରା ଗାର୍ଗାଇ। ହୋ’ ଆଦିବାସୀ ସମ୍ପ୍ରଦାୟର ସୁମିତ୍ରା ରହନ୍ତି ଝାଡ଼ଖଣ୍ଡର ନାରଙ୍ଗ ଗାଁରେ। ନବମ ପାସ୍‌ ପରେ ସେ ବିବାହ କରି ବହୁ ବିପର୍ଯ୍ୟୟକୁ ସାମ୍ନା କରିଥିଲେ। ୩ କନ୍ୟା ସନ୍ତାନର ଜନନୀ ହେବାପରେ ପୁତ୍ର ସନ୍ତାନକୁ ନେଇ ଶାଶୁଘର ପକ୍ଷରୁ ବହୁ ନିର୍ଯାତନାକୁ ସାମ୍ନା କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ସେ ବିଷାଦଗ୍ରସ୍ତ ହୋଇପଡ଼ିବା ପରେ ସାମାଜିକ ସଙ୍ଗଠନ ‘ଏକଜୁଟ୍‌’ ଦ୍ୱାରା ଏଥିରୁ ମୁକୁଳିଥିଲେ। ପରେ ଏଭଳି ପରିସ୍ଥିତିକୁ ସାମ୍ନା କରୁଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ‘ଏକଜୁଟ’ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ଝାଡ଼ଖଣ୍ଡର ବହୁ ଗାଁରେ ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତ ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ନିୟମିତ ଗାଁ ଗାଁ ବୁଲି ମାନସିକ ଅନଗ୍ରସରଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ଚିକିତ୍ସା, ଖାଦ୍ୟ ତଥା ପରିବେଶଗତ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ‘ଏକଜୁଟ୍‌’ର ଚିକିତ୍ସକମାନଙ୍କୁ ନେଇ ସ୍ବାସ୍ଥ୍ୟ ଶିବିର କରୁଛନ୍ତି। ବିଷାଦ ଏବେ ଏକ ନୀରବ ମହାମାରୀ ସାଜିଥିବାରୁ ସୁମିତ୍ରା ଲୋକମାନଙ୍କୁ ଏଥିରୁ ମୁକାଳି ଆତ୍ମହତ୍ୟା ହ୍ରାସ କରିବାକୁ ସକ୍ଷମ ହୋଇଛନ୍ତି। ଏବେସୁଦ୍ଧା ସୁମିତ୍ରା ଶତାଧିକ ମାନସିକ ଅନଗ୍ରସରଙ୍କ ଆଶାବାଡ଼ି ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri