ଏଇ ଭାରତରେ

ବର୍ଜ୍ୟ ଦେବେ ଓ ତା’ବଦଳରେ ପିଜା ପାଇବେ ।
ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ। ଅହମଦାବାଦରେ ଦେଖିବାକୁ ମିଳିଛି ଏମିତି ଘଟଣା। ହାର୍ଦ୍ଦିକ ଶାହା ପରିବେଶ ପ୍ରଦୂଷଣ ରୋକିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ହାର୍ଦ୍ଦିକ ଜଣେ କଣ୍ଟ୍ରୋଲ ଇଞ୍ଜିନିୟର। ସେ ଗ୍ରୀନ୍‌ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ୨୦୧୭ରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ୨୦୧୧ରେ ଜାପାନ ଯାଇଥିତ୍ବା ସମୟରେ ଏହି କାର୍ଯ୍ୟ କରିବାକୁ ସେ ପ୍ରେରଣା ପାଇଥିଲେ। ବର୍ଜ୍ୟ ମୂଲ୍ୟରେ ଲୋକଙ୍କୁ ଜିନିଷ କିଣିବା ଲାଗି ଏକ ଆପ୍‌ ବିକାଶ କରିଛନ୍ତି। ଏଥିତ୍ରେ ୫,୦୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ଲୋକଙ୍କୁ ଜିନିଷ ଯୋଗାଇ ଦେବା ଲାଗି ଏବେ ସୁଦ୍ଧା ତାଙ୍କ ପାଖରେ ୮୦ ପ୍ରକାର ଭେଣ୍ଡର ରହିଛନ୍ତି। କେବଳ ପିଜା ନୁହେଁ, ଯେ କୌଣସି ଜିନିଷ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ହାର୍ଦ୍ଦିକଙ୍କ କମ୍ପାନୀ ୧୦୦ ଟନ୍‌ ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ବର୍ଜ୍ୟ ସଂଗ୍ରହ କରିବାରେ ଓ ଲୋକଙ୍କ ପାଖରେ ତା’ମୂଲ୍ୟର ଜିନିଷ ପହଞ୍ଚାଇବାରେ ବହୁ ଲୋକ ମଧ୍ୟ ନିଯୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri