ଏଇ ଭାରତରେ

ନଡ଼ାପୋଡ଼ି ସମସ୍ୟା ସମାଧାନ କରିବା ସହ ଜମିର ଉର୍ବରତା ବଢ଼ାଇବାରେ ସନ୍ଦୀପା କାନିତକରଙ୍କ ଅଭିନବ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ୫୩ ବର୍ଷୀୟା କାନିତକର ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ। ରହୁଛନ୍ତି ପୁଣେରେ। ତାଙ୍କ ଦ୍ୱାରା ପ୍ରସ୍ତୁତ ‘ ସ୍ପିଡ୍‌ କମ୍ପୋଷ୍ଟ’ ଜମିରେ ପକାଇବା ଦ୍ୱାରା ନଡ଼ା ସହଜରେ ଖତ ହୋଇଯାଉଛି। ସ୍ପିଡ୍‌ କମ୍ପୋଷ୍ଟରେ ଥିତ୍ବା ଅଣୁଜୀବ ନଡ଼ାକୁ ଶୀଘ୍ର ବିଘଟନ କରିପାରୁଛନ୍ତି। ନଡ଼ାକୁ ଜୈବିକ ଖତରେ ପରିଣତ କରିବାକୁ ହେଲେ ଏକ ଏକରରେ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଏହି ପଦ୍ଧତିରେ ଜମିର ଉର୍ବରତା ସହ ଉପତ୍ାଦନ ବୃଦ୍ଧି ପାଇବା ସହ ଚାଷୀମାନେ ଅତ୍ୟଧିକ ଲାଭ ପାଇପାରୁଛନ୍ତି। କାନିତକରଙ୍କ ପ୍ରୟାସ ଯୋଗୁ ଦିଲ୍ଲୀ, ହରିୟାଣାରେ ପ୍ରାୟ ୩୦,୦୦୦ ଏକର ଜମିରେ ନଡ଼ାପୋଡି ବନ୍ଦ କରାଯାଇପାରିଛି। ବାୟୁ ପ୍ରଦୂଷଣ ବି ଅନେକାଂଶରେ କମିଛିି। ୨୦୧୬ରୁ କାନିତକର ଏହି କାର୍ଯ୍ୟ କରିଆସୁଛନ୍ତି। ସେ ୧୯୯୦ରେ ପ୍ରତିଷ୍ଠା କରିଥିତ୍ବା ‘କାନ୍‌ ବାୟୋଜ’ ସଂସ୍ଥା ଦ୍ୱାରା ଏହା କରାଯାଉଛି। ଏହି ସଂସ୍ଥା ମଧ୍ୟ କୀଟନାଶକ ଓ ରାସାୟନିକ ସାର ମୁକ୍ତ କୃଷି ଲାଗି ସଂଗ୍ରାମ ଜାରି ରଖିଛି। ଦୀର୍ଘ ୩୦ ବର୍ଷ ହେବ ମହାରାଷ୍ଟ୍ର, କର୍ନାଟକ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ ଏବଂ ହରିୟାଣାରେ ଲକ୍ଷ ଲକ୍ଷ କୃଷକଙ୍କୁ ଜୈବିକ କୃଷିରେ ସାମିଲ କରିସାରିଲେଣି କାନିତକର। କୃଷି ଉପତ୍ାଦଗୁଡ଼ିକୁ ଆମେରିକା, ଟର୍କି, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଏବଂ ଲାଟିନ୍‌ ଆମେରିକାକୁ ରପ୍ତାନି କରାଯାଉଛି।