ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ୨,୦୦୦ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶର ଚାଷୀ ତାରାଚାନ୍ଦ ବେଲ୍‌ଜି। ସେ ରହନ୍ତି କନାଇ ଗାଁରେ। ୬ ଏକର ଜମିରେ ସେ ଜୈବିକ ଚାଷ କରିବା ସହ ମଧ୍ୟପ୍ରଦେଶର ସାନାଇ ଅଞ୍ଚଳର ଅନେକ ଗାଁ ଓ ଉତ୍ତରପ୍ରଦେଶର କେତେକ ଗାଁରେ ଜୈବିକ ଚାଷକୁ ପ୍ରତ୍ୟକ୍ଷ ଭାବେ ଉତ୍ସାହିତ କରୁଛନ୍ତି। ଏହା ବାଦ୍‌ ସେ ‘ପ୍ରକୃତି କ୍ଷେତି ଶୋଧ ସଂସ୍ଥାନ’ ଗଠନ କରି ତା’ମାଧ୍ୟମରେ ୧୯ଟି ରାଜ୍ୟର କୃଷକମାନଙ୍କୁ ଜୈବିକ ଚାଷରେ ଯୋଡ଼ିବାରେ ଲାଗିଛନ୍ତି। କୃଷି ବିଶେଷଜ୍ଞଙ୍କ ପରାମର୍ଶ ନେଇ ସେ ଚାଷ କ୍ଷେତ୍ରରେ ବହୁ ଅଭିନବ ପଦ୍ଧତି ସାମ୍ନାକୁ ଆଣିଛନ୍ତି, ଯାହାକୁ ଉପଯୋଗ କରି ଚାଷୀମାନେ ଉପକୃତ ହେଉଛନ୍ତି। ସେ ତାଙ୍କ ୟୁଟ୍ୟୁବ ଚାନେଲ ମାଧ୍ୟମରେ କୃଷକମାନଙ୍କ ଚାଷ ସମ୍ପର୍କିତ ସନ୍ଦେହ ଦୂର କରୁଛନ୍ତି। ତାରାଚାନ୍ଦ ୭୧ ପ୍ରକାର ଜୈବିକ ଜିନିଷ ଯୋଗାଡ଼ କରି ତାହାକୁ ଗୋବର ସହ ମିଶାଇ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି। ରାସାୟନିକ ସାରରୁ ଦୂରେଇ ଯାଇ ଏବେ ଚାଷୀମାନେ ତାରାଚାନ୍ଦଙ୍କ ପଦ୍ଧତିରେ ଚାଷ କରି ୩୦% ଅଧିକ ଲାଭ ପାଇପାରୁଛନ୍ତି। ଜୈବିକ କୃଷକଙ୍କ ସଂଖ୍ୟା ୨୦୦୦ ଛୁଇଁବା ପରେ ସେ ୨୦୧୯ରେ ଏକ କୃଷକ ଉପତ୍ାଦନ ସଂଘ ଗଠନ କରି ତା’ ମାଧ୍ୟରେ ଦେଢ ବର୍ଷ ମଧ୍ୟରେ ୪୦ ଲକ୍ଷ ଟଙ୍କା କାରବାର କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri