ଏଇ ଭାରତରେ

ପ୍ରତିଦିନ ରାସ୍ତାରେ ବୁଲା ଷଣ୍ଢ ଓ ଅସହାୟ ଅବସ୍ଥାରେ ରହିଥିତ୍ବା ଗୋରୁଙ୍କୁ ଖାଇବାକୁ ଦେବା ଲାଗି ଅଭିଯାନ ଚଳାଇଛନ୍ତି ଗାଜିଆବାଦର ମୟଙ୍କ ଚୌଧୁରୀ। ଏଥିତ୍ପାଇଁ ସେ କେତେ ଜଣ ଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଏହି ଅଭିଯାନର ନାମ ରଖିଛନ୍ତି ‘ଚାରା କାର’। ୨୦୨୦ ଜାନୁୟାରୀରୁ ଏହା ଆରମ୍ଭ କରିଥିତ୍ଲେ। ଆରମ୍ଭ କରିବାର ମାତ୍ର ୫ ଦିନ ମଧ୍ୟରେ ସେ ୧ ଲକ୍ଷ ୨୦ ହଜାର ଟଙ୍କା ଲୋକଙ୍କଠାରୁ ଦାନ ଆକାରରେ ପାଇ ପ୍ରଥମେ ଏକ ବିଦ୍ୟୁତ୍‌ଚାଳିତ କାର୍‌ କିଣିଥିଲେ। ଏଥିରେ ସେ ଘରକୁ ଘର ବୁଲି ଗ୍ରୀନ୍‌ ଓ୍ବେଷ୍ଟ (ପନିପରିବା ବର୍ଜ୍ୟ)ସଂଗ୍ରହ କରି ବୁଲା ଷଣ୍ଢ ଓ ରାସ୍ତାକଡ଼ର ରୋଗଗ୍ରସ୍ତ ଗୋରୁଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ପରେ ଲୋକଙ୍କଠାରୁ ପାଣ୍ଠି ଯୋଗାଡ଼ କରି ଆଉ ଦୁଇଟି କାର୍‌ କିଣିଛନ୍ତି। ମୋଟରେ ୩ଟି ‘ଚାରା କାର’ରେ ସେ ଏବେ ପାଖାପାଖି ୧୦,୦୦୦ ଘରୁ ହଜାର ହଜାର କେ.ଜି. ଗ୍ରୀନ୍‌ ଓ୍ବେଷ୍ଟ୍‌ ସଂଗ୍ରହ କରିପାରୁଛନ୍ତି। ପ୍ରତିଦିନ ସେମାନେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କ ନିକଟରେ ଖାଦ୍ୟ ପହଞ୍ଚାଉନ୍ତି। ‘ଚାରା କାର’ ଘର ନିକଟରେ ପହଞ୍ଚିବା କ୍ଷଣି ଲୋକମାନେ ସେଥିରେ ଗ୍ରୀନ୍‌ ଓ୍ବେଷ୍ଟ ରଖିଦେଉଛନ୍ତି। ରେସ୍ତୋରାଁ ଓ ବଜାରରୁ ବି ସେମାନେ ଏହା ସଂଗ୍ରହ କରୁଛନ୍ତି। ଲକ୍‌ଡାଉନ ସମୟରେ କିଛି ମାସ ‘ଚାରା କାର’ ବନ୍ଦ ରହିଥିତ୍ଲା। ଏହି ସମୟରେ ମୟଙ୍କ ଓ ତାଙ୍କ ଟିମ୍‌ ଅକ୍ସିଜେନ ସିଲିଣ୍ଡର ସହ କୋଭିଡ୍‌ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଉଥିତ୍ଲେ। ଆଗାମୀ ଦିନରେ ଦିଲ୍ଲୀ ଓ ଅନ୍ୟ ସହରରେ ‘ଚାରା କାର’ ଚଳାଇବାର ଯୋଜନା ରଖିଛନ୍ତି ମୟଙ୍କ।