ଏଇ ଭାରତରେ

ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍‌ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍‌ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏସ୍‌.ପି. ପାଣ୍ଡେ ବନ ଅଧିତ୍କାରୀ, ପଞ୍ଚାୟତ ଏବଂ ଚା ବଗିଚାର ମାଲିକମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରୁଛନ୍ତି। ଶିକ୍ଷାଦାନ କରିବା ସହ ବଳକା ସମୟରେ ପାଣ୍ଡେ ଗତ ଦୁଇବର୍ଷ ହେବ ପାଞ୍ଚଟି ହାତୀ କରିଡରରେ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ଚଳାଇ ହାତୀ-ମଣିଷ ସଂଘର୍ଷ କମ୍‌ କରିପାରିଛନ୍ତି। ଏଥିପାଇଁ ଓ୍ବାଇଲ୍ଡ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ତାଙ୍କୁ ଗ୍ରୀନ୍‌ କରିଡର ଚାମ୍ପିୟନ ଆଖ୍ୟା ପ୍ରଦାନ କରିଛି। ମେକି ନଦୀ କଡ଼େ କଡ଼େ ପଶ୍ଚିମକୁ ଓ ଭାରତ-ନେପାଳ ସୀମା ଦେଇ ପୂର୍ବକୁ ସଙ୍କେଶ ନଦୀ ଯାଏ ବ୍ୟାପ୍ତ ପଶ୍ଚିମବଙ୍ଗର ନର୍ଦ୍ଦର୍ନ ଏଲିଫ୍ୟାଣ୍ଟ୍‌ ରେଞ୍ଜ୍‌ରେ ପ୍ରାୟ ୫୦୦ ହାତୀ ରହିଛନ୍ତି। ୨୦୦୯ରୁ ୨୦୧୮ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ୧୧୬ ଲୋଙ୍କର ମୃତ୍ୟୁ ଘଟିଥିବାବେଳେ ୨୧୭ ଲୋକ ଆହତ ହୋଇଥିଲେ। ଏହି ସମୟ ମଧ୍ୟରେ ପ୍ରତିବର୍ଷ ହାରାହାରି ୭ ହାତୀଙ୍କର ମୃତ୍ୟୁ ଘଟୁଥିଲା। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଏଭଳି ମୃତ୍ୟୁକୁ ସେ ୫୦% କମ୍‌ କରିପାରିଛନ୍ତି। ସେ ସ୍ପୋଆର ନାମକ ଏକ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ପାଣ୍ଡେ ୨୬ଟି ଦଳ ଗଠନ କରିଛନ୍ତି। ପ୍ରତ୍ୟେକ ଦଳରେ ୬ ଜଣ ସ୍ଥାନୀୟ ସ୍ବେଚ୍ଛାସେବୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri