ଏଇ ଭାରତରେ

କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହରରେ ଲକ୍ଷ୍ନୌର ବର୍ଷା ବର୍ମା ହଜାର ହଜାର ମୃତଦେହକୁ ମେଡିକାଲରୁ ନେଇ ଶ୍ମଶାନରେ ପହଞ୍ଚାଇଛନ୍ତି। ମୃତ୍ୟୁ ପରେ ସାଙ୍ଗର ମୃତଦେହକୁ ଶ୍ମଶାନକୁ ନେବା ଲାଗି ଆମ୍ବୁଲାନ୍ସ କିମ୍ବା ଭ୍ୟାନ୍‌ ପାଇବାରେ ବହୁ ବିଳମ୍ବ ଓ ଚାଳକମାନେ ଅତ୍ୟଧିକ ଭଡ଼ା ଦାବି କରିବା ଯୋଗୁ ସେ ମୃତଦେହ ବୋହିବା ଲାଗି ନିଷ୍ପତ୍ତି ନେଇଥିଲେ ବୋଲି କହନ୍ତି ବର୍ଷା। ସେବେଠାରୁ ରାତିଦିନ ଏହି ସେବା ଲୋକଙ୍କୁ ଯୋଗାଇ ଆସୁଛନ୍ତି। ନିଜେ ଗାଡ଼ି ଚଳାଇ ଯାଉଛନ୍ତି। ସେ ମୃତଦେହଗୁଡ଼ିକୁ ମାଗଣାରେ ବୋହୁଛନ୍ତି ଓ ଶ୍ମଶାନରେ ସେମାନଙ୍କର ଅନ୍ତିମ ସଂସ୍କାରରେ ଆତ୍ମୀୟ ପରିଜନଙ୍କୁ ସାହାଯ୍ୟ କରୁଛନ୍ତି। ଏବେ ସୁଦ୍ଧା ସେ ୧,୫୦୦ ଲୋକଙ୍କୁ ସାହାଯ୍ୟ କରିସାରିଲେଣି। ବର୍ଷା ଜାତୀୟ ସ୍ତରର ଜଣେ ଜୁଡୋ ଚାମ୍ପିୟନ। ସେ ମଧ୍ୟ ଜଣାଶୁଣା କବୟିତ୍ରୀ। ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ସେ ଏହି କାର୍ଯ୍ୟରେ ଲାଗି ଦିନରାତି ଏକ କରି ଦେଇଥିଲେ।